ପାଇକ ବାଘୁଆବେରଣୀ ଗ୍ରାମରାସ୍ତା ଅବରୋଧମୁକ୍ତ କରିବା ପାଇଁ କମ୍ୟୁନିଷ୍ଟ ପାର୍ଟିର ଦାବି

0 166

ଦଶପଲ୍ଲା: – ଦଶପଲ୍ଲା ବ୍ଲକର ଜାତୀୟ ରାଜପଥ ୫୭ରୁ ଖମାରସାହୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକ ବାଘୁଆବେରଣୀ ମଧ୍ୟ ଦେଇ ସାରେଣୀଗଣ୍ଡା ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତାକୁ କେତେକ ଖଳ ପ୍ରକୃତିର ଲୋକ ଜବରଦଖଲ କରିରଖିଥିବାରୁ ବିଭିନ୍ନ ସମୟରେ ଯାନବାହନ ଯାତାୟତରେ ଗୁରୁତର ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଘଟୁଛି । ପାଇକ ବାଘୁଆବେରଣୀ ଗ୍ରାମ ମଧ୍ୟରେ ଏହି ରାସ୍ତା ଅବରୋଧ ମୁକ୍ତ କରିବା ପାଇଁ ଦଶପଲ୍ଲା ତହସିଲଦାରଙ୍କୁ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜଣାଇଥିଲେ ବି ଜବରଦଖଲ ଉଚ୍ଛେଦ ନ ହେବାରୁ ନୟାଗଡ ଜିଲ୍ଲାପାଳଙ୍କୁ ମଧ୍ୟ ଏସମ୍ପର୍କରେ ଦାବି କରାଯାଇଛି । ସରକାର ବିଭିନ୍ନ ସମୟରେ ସର୍ବସାଧାରଣ ରାସ୍ତା ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବେ ବୋଲି ଡିଣ୍ଡିମ ପିଟୁଥିଲେ ବି ଦଶପଲ୍ଲା ବ୍ଲକର ଖମାର ସାହି ଗ୍ରାମ ପଞ୍ଚାୟତର ପାଇକ ବାଘୁଆବେରେଣୀ ଗ୍ରାମରେ ଜବରଦଖଲ ଉଚ୍ଛେଦ କରାଯାଉ ନଥିବାରୁ ଜନ ଅସନ୍ତୋଷ ବଢି ବଢି ଚାଲିଛି । ଦୁର୍ଗା ପୁଜା ପୂର୍ବରୁ ଏହି ଜବରଦଖଲ ଉଚ୍ଛେଦ ପାଇଁ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସଂପାଦକ ଚଣ୍ଡାଳ ପ୍ରଧାନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।।

hiranchal ad1
Leave A Reply

Your email address will not be published.

1 + thirteen =