ଲଷ୍ମଣ ମିର୍ଦ୍ଧାଙ୍କ ହତ୍ୟା ଘଟଣା, ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ପୁୁରୁଣାକଟକ ପୁଲିସ

0 189

ହରଭଙ୍ଗା :ପୁରୁଣାକଟକ ଥାନା ପୋଲିସ ମଣିପୁର ଅରବାନ ପ୍ଲାଣ୍ଟେସନ୍ ନିକଟରେ ଘଟିଥିବା ଲକ୍ଷ୍ମଣ ମିର୍ଦ୍ଧା ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୁଣାକଟଜ ପୁଲିସ । ମିଳିଥିବା ସୂଚନା ଅନୁଯାୟୀ ମଣିପୁର ମେଣ୍ଡିଖାଇ ପାହାଡ଼ ଓ ଅରବାନ ପ୍ଲାଣ୍ଟେସନ ନିକଟ ଏକ ବୁଦା ମଧ୍ୟରୁ ଗତ ୧୪ ତାରିଖ ଦିନ ବୌଦ୍ଧ ଥାନା ତାଳବାହାଲ ଗ୍ରାମର ଲକ୍ଷ୍ମଣ ମିର୍ଦ୍ଧାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ପୋଲିସ ମାମଲାର ତଦନ୍ତ କରି ଲକ୍ଷ୍ମଣର ସମ୍ପର୍କୀୟ ଭାଇ ତାଳବାହାଲ ଗ୍ରାମର ହରିଶ୍ଚନ୍ଦ୍ର ମିର୍ଦ୍ଧା ଓ ସରସରା ଗ୍ରାମର ପବିତ୍ର ମିର୍ଦ୍ଧା ଭୋଜି କରିବା ବାହାନାରେ ଡାକି ନେଇ ପୂର୍ବ ଶତ୍ରୁତାକୁ ନେଇ ଛୁରୀ ସାହାଯ୍ୟରେ ତଣ୍ଟି କାଟି ଓ ପେଟରେ ଭୁଷି ହତ୍ୟା କରିଥିବା ସୁରାଗ ପାଇ ତଦନ୍ତ ଆରମ୍ଭ କରିଥିଲା । ଆଜି ଉଭୟ ଅଭିଯୁକ୍ତ ଲୁଣିବାହାଲ ନିକଟରେ ଏକ ବାଇକରେ ବୁଲୁଥିବା ଖବର ପାଇ ପୁରୁଣାକଟକ ପୋଲିସ ଉଭୟଙ୍କୁ ଲୁଣିବାହାଲ ନିକଟରୁ ଗିରଫ କରିଥିଲା । ପଚରା ଉଚୁରା ପରେ ଉଭୟେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ଓ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଛୁରୀକୁ ମଧ୍ୟ ପୋଲିସ୍ ହତ୍ୟାକାଣ୍ଡ ସ୍ଥଳ ଅନତି ଦୂରରେ ଥିବା ଏକ ବୁଦା ମଧ୍ୟରୁ ଜବତ କରିଥିଲା । ପୋଲିସ୍ ସନ୍ଧ୍ୟାରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୁରୁଣାକଟକ ଆଇଆଇସି ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

ten − 7 =