ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ଟଙ୍କାର ବଜେଟ ପାରିତ

0 67

ପୁରୀ : ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଛି ।? ବଜେଟରେ ବିଭିନ୍ନ ଯାନୀଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ସଂକ୍ରାନ୍ତରେ ଖର୍ଚ୍ଚ ରହିଛି । ଏହାସହ ହୁଣ୍ଡିରୁ ଆମଦାନୀ ବିଭିନ୍ନ କର୍ପସ ଫଣ୍ଡର ସୁଦ୍ଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶିର ଆୟ ମଧ୍ୟ ରହିଛି । ବୈଠକରେ ସେବାୟତ କଲ୍ୟାଣ ଦିଗରେ ଆଲୋଚନା କରାଯାଇଥିବା ବେଳେ ଗୁରୁକୁଳ ପ୍ରତିଷ୍ଠା ନେଇ ଭୂମିପୁତ୍ର ଫାଉଣ୍ଡେସନ ସହ ଖୁବଶୀଘ୍ର ଏମଓୟୁ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ଆଜି ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୪୮ କୋଟି ଟଙ୍କାର ବଜେଟ ପାରିତ ହୋଇଛି । ସେବାୟତ ଗୁରୁକୁଳ ପାଇଁ ଏମଓୟୁ ଅନୁଧ୍ୟାନ ସରିଥିବା ବେଳେ ସେବାୟତଙ୍କ ବାସଗୃହ ଯୋଜନା ପାଇଁ ସ୍ଥାନ ନିରୂପଣ ଚାଲିଛି । ହରଚଣ୍ଡୀ ସାହି ଓ ଦକ୍ଷିଣକାଳୀ ସାହି ମୌଜାରେ ଜମି ଚି଼ହ୍ନଟ କରାଯାଇଛି । ଖୁବ ଶୀଘ୍ର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି । ସେହିପରି ମହାପ୍ରଭୁଙ୍କ ବିଭନ୍ନ ଯାନୀଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା, ହୁଣ୍ଡିରୁ ଆମଦାନୀ, ବିଭିର୍ନ କର୍ପସ ଫଣ୍ଡର ସୁଦ୍ଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଆଦି ଆୟ ଏହି ବଜେଟରେ ରହିଛି ।
ତେବେ ଗୁରୁକୁଳ ନିର୍ମାଣ ପାଇଁ ୬ କୋଟିର ଆର୍ଥିକ ଅନୁଦାନ ରହିଛି । ସେବାୟତ ଓ ବିଦ୍ୟାର୍ଥୀ ମାନଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳ ଆଶ୍ରମ, ସ୍କୁଲ ନିର୍ମାଣ ଓ ଏ ସମ୍ପର୍କିତ ଏମଓୟୁ ଅନୁମୋଦନ ହୋଇଛି । ଅନ୍ୟପଟେ ଆସନ୍ତା ମେ ମାସ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଓ ଚନ୍ଦନ ଯାତ୍ରା ଆରମ୍ଭ ହେବ । ତେଣୁ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ସେନେଇ ସମସ୍ତଙ୍କ ସହଯୋଗ ଲୋଡ଼ା ଯାଇଛି । ଶ୍ରୀମନ୍ଦିରରେ ଦର୍ଶନରେ ଆସୁଥିବା ଭକ୍ତମାନଙ୍କ ପାଇଁ ବଡଦାଣ୍ଡରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବ୍ୟାରିକେଡକୁ ହଟାଯାଇ ରାଜନହର ସମ୍ମୁଖରେ ଭୋଇ ସେବାୟତ ମାନେ ରଥ ଖଳା ନିର୍ମାଣରେ ଲାଗିଛନ୍ତି ।
ଗତ ୨୨ ତାରିଖରେ ବଜେଟ ନେଇ ପରିଚାଳନା କମିଟି ଅନୁଷ୍ଠିତ ହୋଇଥିଲେ ମଧ୍ୟ ସମୟ ଅଭାବରୁ ଏହି ବୈଠକ ପୂର୍ଣ୍ଣାଙ୍ଗ ହୋଇପାରିନଥିଲା । ତେଣୁ ଆଜିର ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୁରୀ ବଡଦାଣ୍ଡ ସ୍ଥିତ ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ଦିବ୍ୟାସିଂହ ଦେବଙ୍କ ଅଧକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାପାଳ, ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ

hiranchal ad1
Leave A Reply

Your email address will not be published.

18 − 7 =