ବିକ୍ରି ହେଉଛି ଛତୁଆ, ଅଙ୍ଗନୱାଡ଼ି ପିଲାଙ୍କୁ ମିଳୁନି !

0 276

ଗୋଳାମୁଣ୍ଡା: ରାଜ୍ୟ ସରକାର ଛୋଟ ଛୋଟ ଛୁଆମାନଙ୍କର ଶରୀର ସୁସ୍ଥ ସବଳ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପୁଷ୍ଟିକର ଖାଦ୍ୟ ତଥା ଛତୁଆ, ସୁଜିହଲୱା, ଚିନାବାଦାମ ଲଡୁ, ଭାତ, ଡାଲି, ଅଣ୍ଡା ଆଦି ଛୁଆମାନଙ୍କୁ ଦେବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଯୋଗାଇଥାନ୍ତି । କେତେକ ଅଙ୍ଗନୱାଡ଼ି କର୍ମଚାରୀ ଛୁଆମାନଙ୍କୁ ନ ଦେଇ ଖୁଲମଖୋଲା ଛତୁଆ ବିକ୍ରି କରୁଥିବା ଅଭିଯୋଗ ହେଉଛି ।କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର (୧)ର ଦିଦି ଛୁଆଙ୍କୁ ଦେବା ବଦଳରେ ବେଆଇନ ଭାବେ ଛତୁଆ ବିକୁଥିବା ଏକ ଖବର ସମ୍ନାକୁ ଆସିଛି । ଏ ପରି ଭୁଲ କାମ ନ କରିବାକୁ ଗାଁଲୋକେ ଅଙ୍ଗନୱାଡି କର୍ମୀଙ୍କୁ ତାଗିଦ କରିଥିଲେ ହେଲେ ତାଙ୍କର କଥାକୁ ଭ୍ରୁକ୍ଷେପ ନ କରି ଆମର ସୁପରଭାଇଜର ଯଶୋବନ୍ତି ନାଏକ ଠିକ ଥିଲେ ମୋର କେହି କିଛି କରିପାରିବେ ନାହିଁ ବୋଲି ଓଲଟା ଜବାବ ଦେଇଥିଲେ ।

hiring

ଅଙ୍ଗନୱାଡ଼ି କର୍ମୀଙ୍କ କଥାରୁ ଜଣାପଡୁଛି ଯେ, ଏ କ୍ଷେତ୍ରରେ ସୁପରଭାଇଜର ସମ୍ପୃକ୍ତ ଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି । ଦଶପୁରର ଜଣେ ଲୋକ ବୃନ୍ଦାବାହାଲ ଅଙ୍ଗନବାଡି ଘରୁ ଏକ ବସ୍ତାରେ ଛତୁଆ ଭରି ନେଉଥିବା ସମୟରେ ରାସ୍ତାରେ ଗଣମାଧ୍ୟମ ପ୍ରତିନିଧି ହାବୁଡ଼ରେ ପଡିଯାଇଥିଲେ । ତାଙ୍କୁ ପଚାରିବା ପରେ ନିଜ ଗାଈକୁ ଦେବାକୁ ବୃନ୍ଦାବାହାଲ ଅଙ୍ଗନୱାଡ଼ି ଠାରୁ ଛତୁଆ କିଣି ଆଣିଥିବା କଥା ସ୍ୱୀକାର କରିଛନ୍ତି । ସରକାର ଛୁଆମାନଙ୍କୁ ଯୋଗାଉଥିବା ଖାଦ୍ୟକୁ ଖୁଲମଖୋଲା ବିକ୍ରି କରି ପୁଣି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ କି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ସିଡ଼ିପିଓଙ୍କୁ ଫୋନ କଲେ ତାଙ୍କର ଗୋଡ଼ ଭାଙ୍ଗିଥିବା ଦର୍ଶାଉଥିବା ବେଳେ ସୁପରଭାଇଜରଙ୍କୁ ଫୋନ କଲେ ଫୋନ ଉଠାଉ ନାହାନ୍ତି । ଏପରି ଆତ୍ମସାତ କରୁଥିବା ଅଙ୍ଗନୱାଡ଼ି କର୍ମୀ ଓ ସମ୍ପୃକ୍ତ ସୁପରଭାଇଜର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

5 × four =