ଆତ୍ମନିର୍ଭରଶୀଳତା ବଳରେ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରାଯାଉ: ଆରଏସ୍‌ଏସ

0 38

ସମ୍ବଲପୁର: ସ୍ଥାନୀୟ ସଂସ୍କୃତି ଭବନ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ପକ୍ଷରୁ ସଂଘର ପ୍ରାନ୍ତ କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଆଜିର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ତାଙ୍କର ସାଂଗଠନିକ ନିଷ୍ପତ୍ତି ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ । ତାଙ୍କ ସହିତ ପ୍ରାନ୍ତ ସଂଘ ସଂଚାଳକ ବିପିନ ବିହାରୀ ନନ୍ଦ ମଧ୍ୟ ମଞ୍ଚାସୀନ ରହିଥିଲେ । ବିଗତ ଦିନ ପ୍ରୟାଗରାଜ ଠାରେ ଅନୁଷ୍ଠିତ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ବୈଠକ ମୁଖ୍ୟତଃ ତିନୋଟି ବିନ୍ଦୁ ଜନସଂଖ୍ୟା ବୃଦ୍ଧି, ନୂତନ ଶିକ୍ଷା ନୀତି ଓ ବେରୋଜଗାରୀ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଓ ସେହି ଅନୁସାରେ ସମଗ୍ର ରାଷ୍ଟ୍ର ପାଇଁ ଚିଠା ପ୍ରସ୍ତୁତ କରାଯାଉଛି ବୋଲି ସେ ଜଣାଇଥିଲେ । ଆଲୋଚିତ ପ୍ରଥମ ବିନ୍ଦୁ ଜନସଂଖ୍ୟା ନିୟନ୍ତ୍ରଣ ତ ଭଲଭାବରେ ଚାଲିଛି କିନ୍ତୁ ଏହା ଫଳରେ ଏକର ସନ୍ତାନ ବିଶିଷ୍ଟ ପରିବାରରେ ବିଘଟନ ଏକ ବଡ ସମସ୍ୟା ରୂପେ ଦେଖା ଦେଇଛି, ଏଣୁ ଏବିଷୟରେ ବିଷୟ ବିଚାର ମନ୍ଥନର ଆବଶ୍ୟକତା ରହିଛି । ସେହିପରି ନୂତନ ଶିକ୍ଷା ନୀତି ଅନୁସାରେ ମାତୃଭାଷାକୁ ଗୁରୁତ୍ୱ ଦିଆଯିବା କଥା, ଯାହାକି ସମୁଚିତ କାର୍ଯ୍ୟକାରୀ ହେଉନାହିଁ, ଏଣୁ ଏବିଷୟରେ ତୃଣମୂଳ ସ୍ତରରୁ ଆବଶ୍ୟକ ପଦକ୍ଷେପ ନିଆ ଯିବା ଉପରେ ଦୃଷ୍ଟି ରଖାଯିବା । ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ରୂପେ ବେରୋଜଗାରୀ ବିଷୟରେ ଅଧିକାଂଶତ: ଜନସାଧାରଣଙ୍କୁ ଶ୍ରମିକ କରାଯାଇଛି । ରୋଜଗାର କହିଲେ କେବଳ ମାତ୍ର ସରକାରୀ ଚାକିରୀ ନୁହେଁ ଓ ସେଥିପାଇଁ ସେତେ ପରିମାଣରେ ସୁଯୋଗ ମଧ୍ୟ ନାହିଁ, ଏଣୁ ଆତ୍ମନିର୍ଭରଶୀଳତା ହିଁ ଯୁବସମାଜକୁ ଉଚିତ ବାଟ ଦେଖାଇବ । ନିଜେ ଜଣେ ଚାକର ହେବା ଅପେକ୍ଷା ଉଦ୍ୟୋମିତା ବଳରେ ଅନ୍ୟମାନଙ୍କୁ ଚାକିରି ଯୋଗାଇବା ଶ୍ରେୟସ୍କର ବୋଲି କୁହାଯାଇଛି । ଆଗାମୀ ଦୁଇ ବର୍ଷ ପରେ ୨୦୨୫ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତ ବାର୍ଷିକୀ ପାଳନ କରାଯିବ ଓ ଏଥିପାଇଁ ସମଗ୍ର ଦେଶରେ ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଛି ।

hiranchal ad1
Leave A Reply

Your email address will not be published.

13 − nine =