ସାମ୍ବାଦିକଙ୍କୁ ଗୋଡରେ ବେଡି ପକା ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ

0 58

ସୁବର୍ଣ୍ଣପୁର : ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘୋର ଉଦବେଗ ପ୍ରକାଶ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସଭାପତି ଗୋରେଖ ନାଥ ସାହୁଙ୍କ ନେତୃତ୍ୱରେ ସାମ୍ବାଦିକମାନେ ସହରର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ନିଜର କ୍ଷୋଭ ପ୍ରକାଶ କରିବା ସହିତ ନାରାବାଜି କରି ଦାବି ଉପସ୍ଥାପନ କରିଛନ୍ତି । ଗତ ୨୧ ତାରିଖରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୋଲିସ ଜୁଲୁମ କରିବା ସହିତ ଗୋଡରେ ବେଡି ପକାଇବା ଘଟଣା ସାମ୍ବାଦିକ ମାନଙ୍କୁ ଖୁବ ଆନ୍ଦୋଳିତ କରିଛି । ପୋଲିସର ଏହି ଅମାନବୀୟ କାର୍ଯ୍ୟକୁ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ରାଜ୍ୟ ସରକାରଙ୍କ ପାଖରେ ସାମ୍ବାଦିକଙ୍କ ପାଇଁ ଅତିଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନକୁ ଲାଗୁକରାଯିବା ତଥା ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ଏକ ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ସାମ୍ବାଦିକମାନେ କାର୍ଯ୍ୟ କରୁଥିବା ବେଳେ ପୋଲିସ ନିଜ କ୍ଷମତାର ଅପବ୍ୟବହାର କରି ସାମ୍ବାଦିକ ମାନଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଭୟରେ ସାମ୍ବାଦିକମାନେ ନିରପେକ୍ଷ ଭାବେ କାର୍ଯ୍ୟ କରି ପାରୁ ନ ଥିବା ଅଭିଯୋଗ ହୋଇଛି । ନୀଳଗିରି ପୋଲିସର ଆଇଆଇସି ଦୌପଦୀ ଦାସ ଓ ତଦନ୍ତକାରୀ ଅଫିସର ସୁବର୍ଣ୍ଣ ବେହେରାଙ୍କୁ ବଦଳି ନୁହେଁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

one × two =