ସାବତ ପୁଅକୁ କୂଅରେ ପକାଇ ହତ୍ୟା କଲା ମା’

0 61

ସୁନ୍ଦରଗଡ଼: ୫ ବର୍ଷର ସାବତ ପୁଅକୁ କୂଅରେ ପକାଇ ହତ୍ୟା କରିଛି ମା’। ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲାର ଲାଠିକଟା ଅଞ୍ଚଳରେ। ଏକ ଆଶ୍ଚର୍ୟ୍ୟଜନକ ଘଟଣାରେ ଜଣେ ମହିଳା ତାଙ୍କ ୫ ବର୍ଷର ସାବତ ପୁଅକୁ ପଥରରେ ବାନ୍ଧି ଏକ କୂଅରେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି।

୨୦ ବର୍ଷ ବୟସ୍କା ନାଉରି ଗୁଡିୟା ନାମକ ଅଭିଯୁକ୍ତ ଜଣକ ସ୍ୱାମୀଙ୍କ ପ୍ରଥମ ବିବାହରୁ ପିଲା କବଳରୁ ଛାଡ ପାଇବାକୁ କରିବାକୁ ଚାହୁଁଥିବା ଜଣାଯାଇଛି। ଅକ୍ଟୋବର ୧୧ ରେ ତାଙ୍କ ସ୍ୱାମୀ ଫ୍ରାନ୍ସିସ୍ ଗୁଡିଆଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ବାଳକଟିକୁ ପଥରରେ ବାନ୍ଧି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

hiring

ପରଦିନ ନାଉରୀ ରଘୁନାଥପାଲି ପୋଲିସ ଷ୍ଟେସନକୁ ଯାଇ ପୁଅ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ତେବେ ଅନୁସନ୍ଧାନ ବେଳେ ଶିଶୁଟିର ମୃତଦେହ ତାଙ୍କ ଘର ନିକଟରେ ଥିବା ଏକ କୂଅରେ ଭାସୁଥିବା ଦେଖି ଉଦ୍ଧାର କରାଯାଇଥିଲା।

ଏହି ଘଟଣାରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ନାଉରୀ ଶେଷରେ ଏହି ଅପରାଧ ସ୍ୱୀକାର କରିଥିଲେ। ପରେ ମଙ୍ଗଳବାର ପୋଲିସ ତାଙ୍କୁ ଗିରଫ କରିଛି।

hiranchal ad1
Leave A Reply

Your email address will not be published.

5 × two =