ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0 37

ଭୁବନେଶ୍ୱର: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’ ବିରଜାଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ନାଭି ଗୟା ଭାବରେ ବିରଜା ପୀଠର ପ୍ରସିଦ୍ଧି ରହିଛି। ମା’ ବିରଜାଙ୍କ ପ୍ରତି ସାରା ଓଡିଶାର ଜନସାଧାରଣଙ୍କ ପ୍ରଗାଢ ଭକ୍ତି ଓ ନିଷ୍ଠା ରହିଛି।
ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡିକ ଜାରି ରହିଛି। ଏହା ସହିତ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଡିଲେ ନୂତନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ।
ବିରଜା ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଯେଉଁ ସବୁ ପ୍ରକଳ୍ପ ହାତକୁ ନିଆ ଯାଇଛି, ସେ ସବୁ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

5 × 3 =