ପ୍ରହସନ ପାଲଟିଛି “ସ୍ୱଚ୍ଛତା ହିଁ ସେବା’ ; ପ୍ରଥମେ ଅଳିଆ ପକାଇଲେ, ପରେ ସଫା କଲେ(ଭିଡିଓ)

0 87

ପୁରୀ : ସ୍ୱଚ୍ଛ ଭାରତ ଅଭିଯାନ ଆଳରେ ପ୍ରହସନ । ପ୍ରଥମେ ଅଳିଆ ପକାଇଲେ ପରେ ସେହି ଅଳିଆକୁ ସଫା କରି ବାହାବା ନେଲେ । ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ଏ ଦୃଶ୍ୟ ହେଉଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର । ଗାନ୍ଧି ଜୟନ୍ତୀରେ ମେଡିକାଲ ଆଉଟଡୋର ନିକଟରେ ଆୟୋଜିତ ଏକ ସଫେଇ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ପଡିଥିବା ଆବର୍ଜନାକୁ କର୍ମଚାରୀ ମାନେ ସଫା କରୁଥିବା ବେଳେ କିଛି ଅଧିକାରୀ କାର୍ଯ୍ୟକ୍ରମ ଉଦଘାଟନ କରିବାକୁ ଆସିଥିଲେ । ତେବେ ଜଣେ ସଫେଇ କର୍ମଚାରୀ ଏକ ବେଲ୍‌ଚାରେ ମେଞ୍ଚାଏ ଆବର୍ଜନା ଆଣି ସଫା ସ୍ଥାନରେ ଗଦା କରିଥିବା ବେଳେ ଅନ୍ୟଜଣେ ଗୋଡ଼ରେ ଅଳିଆକୁ ଖେଳାଇ ଏଣେତେଣେ ଫିଙ୍ଗିଥିଲେ । ତା ପରେ ଡାକ୍ତର ଓ ମେଡିକାଲ କର୍ମଚାରୀ ଝୁଡ଼ି ଧରି ସେହି ଅଳିଆକୁ ସଫା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଖୋଦ୍‌ ଏଡିଏମଓ ତାଳିମାରି ସେମାନଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ହାତ ଲଗାଇ ସଫା କରିବାରେ ସହଯୋଗ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ସଫା ସ୍ଥାନରେ ଆବର୍ଜନା ପକାଇ କାର୍ଯ୍ୟକ୍ରମ କରାଯାଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି । ଭାରତ ସରକାର ସ୍ୱଚ୍ଛତାକୁ ନେଇ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ପୁରୀ ମେଡ଼ିକାଲର କର୍ମ ଚାରୀ ଏହି ସଫେଇ ଅଭିଯାନକୁ ପ୍ରହସନରେ ପରିଣତ କରି ଗାନ୍ଧିଜୀଙ୍କ ସ୍ୱଚ୍ଛତା ବାର୍ତ୍ତାକୁ ଅପମାନ କରିଛନ୍ତି । ଏଭଳି କଦର୍ଯ୍ୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୁରୀ ଜିଲାପାଳ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

eighteen + nineteen =