ପୁରୀରେ ବିଶ୍ୱକର୍ମା କୌଶଳ ଯୋଜନାର ଶୁଭାରମ୍ଭ

0 99

ପୁରୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଛି ପିଏମ ବିଶ୍ୱକର୍ମା ଯୋଜନା । ପୁରୀ ଟାଉନ୍‌ ହଲରେ କେନ୍ଦ୍ର ମହିଳା ଶିଶୁ ଏବଂ ଆୟୁଷ ମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ରଭାଇ, ପୁରୀ ଓ ବ୍ରହ୍ମଗିରି ବିଧାୟକ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଏହି ଯୋଜନା ଆରମ୍ଭ ହୋଇଛି । ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ପୁରୀ ସମେତ ରାଜ୍ୟର ୩ ଟି ସ୍ଥାନରେ ବିଶ୍ୱକର୍ମା କୌଶଳ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ୧୮ ଟି ସମ୍ପ୍ରଦାୟ ବା ବର୍ଗକୁ ଅନ୍ତର୍ଭୁକ୍ତ କରାଯାଇଛି।।ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଏହି ଯୋଜନା ଘୋଷଣା କରିଥିଲେ ।ପାରମ୍ପରିକ କାରିଗର ବଢେଇ,ଡଙ୍ଗା କାରିଗର,ଅସ୍ତ୍ର ନିର୍ମାତା, କମାର, ହାତୁଡ଼ି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତ୍ତିକାରିଗର, ପଥର କଟାଳି, ମୋଚି, ଜୋତା କାରିଗର, ରାଜ ମିସ୍ତ୍ରୀ, ଖୁଡି, ମସିଣା, ଝାଡୁ, କପା,ମାଳି, ଧୋବା, ବୁଣାକାର ,ହସ୍ତଶିଳ୍ପ ଆଦି କୌଳିକ ବୃତ୍ତିଧାରୀ ଉପକୃତ ହେବେ । ଏହା ୫ ବର୍ଷ ପାଇଁ ଦେଶରେ ଲାଗୁ ହେବ । ଏଥିପାଇଁ ୧୩ ହଜାର କୋଟିର ବଜେଟ ହୋଇଛି । ପ୍ରାୟ ୩୦ ଲକ୍ଷ କାରିଗର ଉପକୃତ ହେବେ ।ଏହି ଯୋଜନାରେ ବିଶ୍ୱକର୍ମା ସାର୍ଟିଫିକେଟ ଓ ପରିଚୟ ପତ୍ର ମିଳିବ । ଏହା ସାଙ୍ଗକୁ ମାତ୍ର ୫ ପ୍ରତିଶତ ରିହାତିମୂଳକ ସୁଧ ହାରରେ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ସବୁଠାରୁ ବଡ କଥା ହେଲା ଓଡ଼ିଶାରେ ପଛୁଆ ବର୍ଗର ମହିଳା ଯେଉଁ ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ସବୁ କାମ କରୁଛନ୍ତି ସେମାନେ ମଧ୍ୟ ଏହି ଯୋଜନା ଦ୍ୱାରା ଲାଭାନ୍ୱିତ ହେବେ ।

hiranchal ad1
Leave A Reply

Your email address will not be published.

seventeen − 3 =