ଗୋବିନ୍ଦ ଚନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଅବସ୍ଥା, ଅଫିସ୍‌ ଓ ଗୋଦାମ୍‌ ଗୃହରେ ପିଲା ପଢୁଛନ୍ତି ପାଠ

0 138

ଦଶପଲ୍ଲା : ଦଶପଲ୍ଲା ସହରର ସର୍ବ ପୁରାତନ ଗୋବିନ୍ଦ ଚନ୍ଦ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଚିତ୍ର ବେଶ୍‌ ବାରି ହୋଇପଡୁଛି । ୧୯୦୪ ମସିହାରୁ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ଅନେକ ମେଧାବୀ ଛାତ୍ରଙ୍କୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ କରି ବେଶ୍‌ ସୁନାମ ଅର୍ଜନ କରି ପାରିଛି । ମାତ୍ର ବିଦ୍ୟାଳୟଟିର ସାମ୍ପ୍ରତିକ ବିକଳ ଚିତ୍ର ଶିକ୍ଷା ବିଭାଗର ବଡ ବାବୁ ମାନଙ୍କର ଦୃଷ୍ଟି ଆଢୁଆଳରେ କିଭଳି ରହିଯାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ବିଦ୍ୟାଳୟରେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୯୩ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ୫ ଶ୍ରେଣୀର ପିଲାଙ୍କ ପାଇଁ ଅଫିସ ଓ ଗୋଦାମ୍‌ ଗୃହକୁ ମିଶାଇ ୩ଟି ଗୃହ ରହିଛି । ଯାହାରି ମଧ୍ୟରେ ଗୋଟିଏ କୋଠରୀରେ ଦୁଇଟି ଶ୍ରେଣୀର ପିଲା ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।

hiring

ଅନ୍ୟ ଗୃହ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ବଡ ଦୁଃଖ ଆଉ ପରିତାପର ବିଷୟ ପାଞ୍ଚଟି ଶ୍ରେଣୀର ପିଲାଙ୍କ ପାଇଁ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣ ଶିକ୍ଷକ ଶିକ୍ଷା ଦାନ କରୁଛନ୍ତି । ଏଭଳି ଦୟନୀୟ ଅବସ୍ଥା ସ୍ମାର୍ଟ ସ୍କୁଲ ପରିକଳ୍ପନା ସମୟରେ ଦେଖିଲେ ଶିକ୍ଷା ବ୍ୟବସ୍ଥାର ଉପହାସ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଖାଲି ସେତିକି ନୁହେଁ ଦରଦାମ୍‌ ବୃଦ୍ଧି ହୁ ହୁ ହୋଇ ବଢି ଚାଲିଥିବା ବେଳେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପରିମାଣ ସରକାର ବୃଦ୍ଧି କରୁ ନ ଥିବାରୁ ବାଧ୍ୟ ବାଧ୍ୟକତାରେ ଯେନ ତେନ ପ୍ରକାରଣ ମଧ୍ୟାହ୍ନ ଭୋଜନ ଦେଇ ପିଲାଙ୍କୁ ସନ୍ତୁଷ୍ଟ କରିବାକୁ ପଡୁଛି ବୋଲି ଶିକ୍ଷକମାନେ କହିଛନ୍ତି । ଶିକ୍ଷା ବିଭାଗ ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twenty − nine =