କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ଗୁଳିବିନିମୟ ଘଟଣା:ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍‌ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0 156

ଫୁଲବାଣୀ : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆଇଜି ଅମିତାଭ ଠାକୁର । ମିଳିଥିବା ସୂଚନା ପ୍ରକାରେ କନ୍ଧମାଳ -କଳାହାଣ୍ଡି ଜିଲ୍ଲା ସୀମାନ୍ତ କୁନାସଲୁ ଜଙ୍ଗଲରେ ପାଞ୍ଚଟି କ୍ୟାମ୍ପରେ ୨୦ରୁ ଉର୍ଦ୍ଧ୍ବ ମାଓବାଦୀ ରହିଥିବା ସୂଚନା ପାଇଥିଲେ ସୁରକ୍ଷା କର୍ମୀ । ସୁରକ୍ଷାକର୍ମୀ କ୍ୟାମ୍ପରେ ଥିବା ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ କିନ୍ତୁ ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳାଇଥିଲେ । ଏହାପରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପରେ ମାଓବାଦୀ ମାନେ ଆତ୍ମରକ୍ଷା ପାଇଁ ଛତ୍ରଭଙ୍ଗ ଦେଇଥିବା ବେଳେ ଏନକାଉଁଣ୍ଟରରେ ଜଣେ ମହିଳା କ୍ୟାଡ଼ର ମାଓବାଦୀ ମୃତ୍ୟୁବରଣ କରିଛି । ପାଞ୍ଚଟି କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀରେ ରହିଛି ଗୋଟିଏ ବନ୍ଧୁକ, ୧୩ଟି କ୍ୟାଟ୍ରିଜ,ମାଗାଯିନ ପାଉଚ,ରେଡ଼ିଓ,ସୋଲାରପ୍ଲେଟ୍ ସମେତ ବହୁ ମାଓ ସାମଗ୍ରୀ । ଉକ୍ତ ଅଂଚଳରେ KKBN ମାଓ ସଂଗଠନ କାମ କରୁଥିବା ବେଳେ ଏହି ମାଓ ସଂଗଠନ ରେ ମମତା ଟିମ୍ ଲିଡର ଥିବା କହିଛନ୍ତି ଆଇଜି ଅମିତାଭ ଠାକୁର ।ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀ ଳଙ୍କ ପରିଚୟ ମିଳିପାରିନାହିଁ । ସେ ଛତିଶଗଡ଼ ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିବା କହିଛନ୍ତି ଆଇଜି । ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଉପ ନିର୍ଦ୍ଦେଶକ ସଂଜୀବ ପଣ୍ଡା,ଆଇଜି ଓପେରସନ୍ ଅମିତାଭ ଠାକୁର, CRPF କମଣ୍ଡେଣ୍ଟ ବି.ଏନ ଝା, ବିଏସଫ କମଣ୍ଡେଣ୍ଟ ସଂଜୀବ କୁମାର ଝା, କନ୍ଧମାଳ ଏସପି ବିନୀତ୍ ଅଗରୱାଲ, ବାଲିଗୁଡ଼ା ଏସଡିପିଓ ଜି. ରାଘବେନ୍ଦ୍ର ରେଡ୍ଡୀ ଉପସ୍ଥିତ ରହିଥିଲେ ।।

hiranchal ad1
Leave A Reply

Your email address will not be published.

twelve + 17 =