ମେଡିକାଲରେ ମାଡିଗଲା ଗାଡି, ଜଣେ ମୃତ

0 147

ଭଦ୍ରକ : ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୁର୍ଘଟଣା । ମେଡିକାଲ କାମରେ ନିୟୋଜିତ ବୋଲେରୋ ଧକ୍କାରେ ରୋଗୀ ଓ ସମ୍ପର୍କୀୟ ଆହତ ହୋଇଛନ୍ତି । ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ମେଡିକାଲ କାମରେ ନିୟୋଜିତ ବୋଲେରୋ ଷ୍ଟାର୍ଟ କରୁ କରୁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି । ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

hiranchal ad1
Leave A Reply

Your email address will not be published.

two + nineteen =