ଜ୍ୱରରେ ପୀଡିତ ଚତୁର୍ଦ୍ଧାବିଗ୍ରହ,ପୂଜା ପାଉଛନ୍ତି ପଟିଦିଅଁ

0 66

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଏବେ ଚତୁର୍ଦ୍ଧାବିଗ୍ରହ । ତେବେ ଶ୍ରୀଜୀଉଙ୍କ ଅନବସରର ଆଜି ହେଉଛି ପ୍ରଥମ ଦିନ । ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଗୁପ୍ତ ସେବା ଅନ୍ଧାରୀ କୋଠରୀ ଭିତରେ ଆରମ୍ଭ କରିଛନ୍ତି । ବାହାର କାଠ ନିକଟରେ ଏବେ ଦଶାବତାର ଠାକୁରମାନଙ୍କ ସହ ପଟି ଦିଅଁଙ୍କ ପୂଜା କରାଯାଉଛି । ଗତକାଲି ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ମହାପ୍ରଭୁ ଜ୍ୱର ରୋଗରେ ପିଡ଼ୀତ । ୧୪ଦିନ ଧରି ଏବେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ସେବାଶୁଶ୍ରୁଷା କରିବେ । ଏହି ସମୟରେ ଦଇତାପତି ସେବାୟତଙ୍କ ବ୍ୟତୀତ ଅନ୍ୟ କୌଣସି ସେବାୟତ ଓ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନଥାନ୍ତି । ଏବେ ସେବାୟତ ଓ ଭକ୍ତ କେବଳ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି । ଅନ୍ୟପଟେ ଦଇତାପତିମାନେ ଜ୍ୱରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି । ଏହି ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ଏହି ୧୪ଦିନ ଧରି ତୁଳସୀ ଲାଗି ହେବା ବଦଳରେ ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରା ଯାଇଥାଏ ।
ଅଣସର ଘରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ୧୪ଦିନ ଧରି ଦର୍ଶନ ପାଇବାରୁ ବଂଚିତ ହୋଇଥାନ୍ତି ଭକ୍ତ ଓ ସେବାୟତ । କେବଳ ପଟି ଦିଅଁଙ୍କୁ ଦର୍ଶନ କରି ସେମାନେ ଆତ୍ମତୃପ୍ତି ଲାଭ କରିଥାନ୍ତି । ଏହି ଅନବସର ସମୟରେ ମହାପ୍ରଭୁଙ୍କ ବଦଳରେ ପଟି ଦିଅଁଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଇଥାଏ । ଦଶାବତାର ଠାକୁରଙ୍କ ସମେତ ଶ୍ରୀ ଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା ଭୁବନେଶ୍ୱରୀ ପଟି ଦିଅଁ ଭାବେ ପୂଜିତ ହେଉଛନ୍ତି । ଅନ୍ୟପଟେ ଏହି ଅନବସର ଦିନ ଗୁଡିକ ରେ ମହାପ୍ରଭୁଙ୍କ ଠାରେ ପଣା ଓ ଚକଟା ଭୋଗ ଲାଗି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅର୍ନ୍ନମହାପ୍ରସାଦ ଭୋଗ କରାଯାଏ । ଆସନ୍ତା ପଞ୍ଚମୀ ତିଥିରୁ ମହାପ୍ରଭୁଙ୍କ ଜ୍ୱର ଲାଘବ ପାଇଁ ଦଇତାପତି ମାନେ ଫୁଲୁରି ତେଲ ଲାଗି କରିବେ ।

hiranchal ad1
Leave A Reply

Your email address will not be published.

one × two =