ପଞ୍ଚମ ବେଦ ସମ୍ମାନ ପ୍ରାପ୍ତ ନାଟ୍ୟକାର ଲିଙ୍ଗରାଜ ନାହକଙ୍କୁ ମହାସଂଘ ପକ୍ଷରୁ ଶୁଭେଚ୍ଛା

0 103

ଗଞ୍ଜାମ :ବ୍ରହ୍ମପୁର କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ପଞ୍ଚମ ବେଦ ସମ୍ମାନ ପ୍ରାପ୍ତ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କୁ ତାହାଙ୍କ ବାସ ଭବନଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍‌ ଏକ ସୌଜନ୍ୟ ସାକ୍ଷାତ ଭିତରେ ଅଶେଷ ବଧେଇ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲା ସୁନାଥର ନିବାସୀ ନାଟ୍ୟକାର ନାହାକ ଉଆଁସୀ କନ୍ୟା, ମୃଗତୃଷ୍ନା, ଶିବରାତ୍ରି ଆଦି ଅର୍ଦ୍ଧ ଶତାଧିକ ସଫଳ ନାଟକ ରଚନା ସହ ରଙ୍ଗମଞ୍ଚ ପତ୍ରିକା ସମ୍ପାଦନା ଭିତରେ ନାଟ୍ୟ ଭାରତୀଙ୍କ ନିରନ୍ତର ସେବାରେ ତଲ୍ଲିନ । ଚଳିତ ମାସ ତିନି ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ବିଜୁ ନାଟ୍ୟ କେନ୍ଦ୍ର ପରିସରରେ ଶତାବ୍ଦୀର କଳାକାର ଆୟୋଜିତ ପଞ୍ଚମ ବେଦ ଅଷ୍ଟାଦଶ ରାଜ୍ୟସ୍ତରୀୟ ନାଟକ ଉତ୍ସବ ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ, ଶତାବ୍ଦୀର କଳାକାର ସଭାପତି ଧୀରେନ୍ଦ୍ର ନାଥ ମଲ୍ଲିକ, ପଞ୍ଚମ ବେଦ ତଥା ଓଡ଼ିଶା ନାଟ୍ୟ ସଂଘ ସଭାପତି ହରେନ୍‌ ସାହୁ, ସମ୍ପାଦକ ପ୍ରକାଶ ମହାରଣାଙ୍କ ଗହଣରେ ରାଜ୍ୟ ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନାଟ୍ୟକାର ନାହାକଙ୍କୁ ପଞ୍ଚମ ବେଦ ନାଟ୍ୟକାର ସମ୍ମାନ : ୨୦୨୨ରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ନାଟ୍ୟ ମନସ୍କଙ୍କଠାରୁ ନାଟ୍ୟକାର ନାହାକଙ୍କୁ ଅଭିନନ୍ଦନମାନ ଆସିବାରେ ଲାଗିଥିବା ପରିଦୃଷ୍ଟ ।

hiranchal ad1
Leave A Reply

Your email address will not be published.

fourteen + eleven =