ପୋଖରୀ ସଫେଇକୁ ନେଇ ଜନ ଅସନ୍ତୋଷ, ଯଥାଶୀଘ୍ର ପୋଖରୀ ସଫେଇ କରିବାକୁ ସାଧାରଣରେ ଦାବି

0 261

ବାଲିଗୁଡ଼ା: ଖରାଦିନ ଆରମ୍ଭରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଲାଣୀ । ଅନ୍ୟପଟେ ବର୍ତ୍ତମାନ ସମୟରେ କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଚାଲିଛି । ଜିଲ୍ଲାର ବାଲିଗୁଡ଼ା ସହରରେ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଆନୁକୁଲ୍ୟରେ ଆସନ୍ତା ୧୦ ତାରିଖରେ ୩୩ ତମ ଅଷ୍ଟଶମ୍ଭୁ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ସ୍ଥିତିରେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ ନିକଟରେ ବହୁ ପୁରାତନ ଦୁଇଟି ପୋଖରୀ ରହିଛି । ବର୍ତ୍ତମାନ ସମୟରେ ଗୋଟିଏ ପୋଖରୀ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି, ଯାହାର ଉଦ୍ଧାର କାର୍ଯ୍ୟ ଚାଲୁରହିଛି । ସେପଟେ ଅନ୍ୟ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ସରିଥିଲେ ମଧ୍ୟ ବର୍ତ୍ତମାନ ସମୟରେ ପୋଖରୀରେ ବିଭିନ୍ନ ଆବର୍ଜନା ଭରିରହିଛି । ଯାହାଫଳରେ ପୋଖରୀ ଜଳ ବ୍ୟବହାର ଅନୁପଯୋଗୀ ବୋଲି ସାଧାରଣ ଲୋକ ମତ ଦେଇଛନ୍ତି ଏବଂ ଏନେଇ ଜନ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି । ଆସନ୍ତା ୧୦ ତାରିଖରେ ଅଷ୍ଟଶମ୍ଭୁ ସମାରୋହରେ ଆଠଟି ଦଣ୍ଡଥଳ ଯୋଗଦେବାକୁ ଥିବାବେଳେ ପାଣିଦଣ୍ଡ ସମୟରେ ଆଠଟି ଦଣ୍ଡଥଳର ଦଣ୍ଡୁଆ,ନାଚୁଆ ଆଦି ସମସ୍ତ ଭକ୍ତ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଉକ୍ତ ପୋଖରୀର ସଫେଇ କାର୍ଯ୍ୟ କରିବାକୁ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଓ ସାଧାରଣ ଲୋକ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଅଷ୍ଟଶମ୍ଭୁ ସମାରୋହକୁ ଆଉ ମାତ୍ର ତିନିଦିନ ବାକି ରହିଥିବାବେଳେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 2 =