ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ

0 63

ପୁରୀ:ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ବିନା ଭକ୍ତ ଓ ଯାତ୍ରୀଙ୍କ ଉପସ୍ଥିତିରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡର ଆଶଙ୍କା କମ ଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ହେବ । ତେଣୁ ବ୍ୟାପକ ଜନସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୂଚନା କେନ୍ଦ୍ର ସ୍ଥାପନ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ବିକ୍ରୟ, ଯାତ୍ରୀଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା, ରଥଯାତ୍ରାର ଧାରା ବିବରଣୀ ଓ ସିଧା ପ୍ରସାରଣର ବ୍ୟବସ୍ଥା, ଫଟୋଚିତ୍ର ପ୍ରଦର୍ଶନୀ ବ୍ୟବସ୍ଥା ଇତ୍ୟାଦିକୁ ତ୍ୱରାନ୍ୱିତ ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକୁ ସମ୍ମିଳିତ ଉଦ୍ୟମରେ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ । ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିବା, ସୂଚନା କେନ୍ଦ୍ର ହେବାକୁ ଥିବା ସ୍ଥାନ ଗୁଡିକୁ ଅନୁଧ୍ୟାନ କରି ଆନୁଷଙ୍ଗିକ ବ୍ୟବସ୍ଥା କରିବା ,ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ କୋଭିଡ ପୂର୍ବବର୍ତ୍ତି ବ୍ୟବସ୍ଥା ଅନୁଯାୟୀ ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନା ପାଇଁ ମତ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ନୂତନ ଭାବେ ଜିଲ୍ଲାର ଦାୟିତ୍ୱ ନେଇ ଥିବାରୁ ରଥଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମୀକ୍ଷାରେ ପୂର୍ବତନ ଭାରପ୍ରାପ୍ତ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

8 − 2 =