ମା’ ନାରାୟଣୀ ଯାତ୍ରା : ଜଗନ୍ନାଥ ଓ ଗଣେଶ ମାର୍କେଟ ପକ୍ଷରୁ ବିରାଟ ଯାତ୍ରା ପରିଚାଳନା

0 97

ଫୁଲବାଣୀ:-ବୁଧବାର ଦିନ ମା’ ନାରାୟଣୀ ଠାକୁରାଣୀ ଯାତ୍ରାର ୨୩ ତମ ଦିବସରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା’ କାଳୀ ନଗର ପରିଭ୍ରମଣ ରେ ବାହାରିଥିଲେ । ଏହି ଅବସରରେ ଜଗନ୍ନାଥ ମାର୍କେଟ ଓ ଗଣେଶ ବଜାର ପକ୍ଷରୁ ବିରାଟ ବାଣ,ବାଦ୍ୟ, ଘଣ୍ଟନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା ପରିଚାଳନା କରାଜାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ମାଙ୍କ ଆଶିଷ ଭିକ୍ଷା କରିଥିଲେ । ପରେ ପରେ ଯାତ୍ରା କମିଟି ପକ୍ଷରୁ ଫୁଲବାଣୀର କୋରେନେସନ ଗ୍ରାଉଣ୍ଡ ଠାରେ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଭୁବନେଶ୍ୱରର ଗୀତ ମିଲନ ଅରକେଷ୍ଟ୍ରକ୍ଷ ତରଫରୁ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ,ଦୀପ୍ତି ରେଖା, ଆଶୁତୋଷ ମହାନ୍ତିଙ୍କ ଜରିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପିଡ଼ି ଡିଆରଡିଏ ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇଥିବା ବେଳେ ଯାତ୍ରା ପରିଚାଳନା କମିଟିର ସଭାପତି ପି ସୁଧାଂଶୁ ଶେଖର ସେନାପତି, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପସଭାପତି ସୁଜିତ ବେହେରା,ସାଂସ୍କୃତିକ ସମ୍ପାଦକ ଭି ଲୋକନାଥ ରାଜୁ, ଜଗନ୍ନାଥ ରାଜୁ ପ୍ରମୂଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା ଦାୟିତ୍ୱ ଅଶୋକ ମହାନ୍ତି ତୁଲାଇ ଥିଲେ ।

hiring

ସେହିପରି ମଙ୍ଗଳବାର ଦିନ ମଧ୍ୟ ପଞ୍ଚଦେବୀଙ୍କ ସହ ମା କାଳୀ ନଗର ଭ୍ରମଣରେ ବାହାରି ଦୈନିକ ପରିବା ବଜାର, ସୁପର ମାର୍କେଟ, ଗାନ୍ଧି ଛକ,ଏଫସିଆଇ ଛକ ଆଦି ଅଞ୍ଚଳ ଗସ୍ତକରି ବିଳମ୍ବରେ ଅସ୍ଥାୟୀ ମନ୍ଦିରକୁ ବିଜେ କରିଥିଲେ । ଏହି ଅବସରରେ ମଙ୍ଗଳବାର ଦିନ ମଧ୍ୟ କମିଟି ପକ୍ଷରୁ ଫୁଲବାଣୀର କୋରେନେସନ ଗ୍ରାଉଣ୍ଡ ଠାରେ ସନ୍ଧ୍ୟା ୭ ଘଣ୍ଟିକା ସମୟରେ କଟକର ସର୍ଗମ ଅରକେଷ୍ଟ୍ରା ତରଫରୁ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଅଭିନେତା ଓ ଅଭିନେତ୍ରୀ ଶୀତଳ, ସ୍ୱୟମ ପାଢ଼ୀ, ଅର୍ପିତା ଚୌଧୁରୀଙ୍କ ପକ୍ଷରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଯୋଗଦେଇ ଏକ ପତ୍ରିକା ଉନ୍ମୋଚିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୈଳାଶ ଧଳ, ପ୍ରଶ୍ନ କୁମାର ପଣ୍ଡାଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଦୈନିକ ପରିବା ବଜାର ପକ୍ଷରୁ ବୁଧବାର ଦିନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଯାତ୍ରା ପଡ଼ିଆ ଠାରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଶିଖିଥିବା ସାମାଜିକ ନାଟକ ଗୁଡିକ ପରିବେଷଣ କରିବା ପାଇଁ ପରିଚାଳନା କମିଟି ତରଫରୁ ଅନୁମତି ଦିଆଯାଇଛି । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଫୁଲବାଣୀ ସହର ଉତ୍ସବ ମୁଖର ହୋଇ ଉଠିଛି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁଖ୍ୟ ରାସ୍ତା ଦେଇ ସନ୍ଧ୍ୟା ସମୟରେ ଅଟୋ ବାଇକ ଆଦି ଯିବା ଆସିବା ବନ୍ଦ କରିଦିଆଯାଇଛି । ପ୍ରତି ଛକରେ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି,କୌଣସି ବିଶୃଙ୍ଖଳା ପରିସ୍ଥିତି ନଉପୁଜିବା ପାଇଁ ସମଗ୍ର ଯାତ୍ରା ପଡ଼ିଆ ସିସି କ୍ୟାମେରା ଅନ୍ତର୍ଭୁକ୍ତ କରାଯାଇଛି ।

hiranchal ad1
Leave A Reply

Your email address will not be published.

13 + 16 =