ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ

0 61

ସୁବର୍ଣ୍ଣପୁର-: ଜିଲ୍ଲାର  ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ ଜଣେ ସ୍ଥାନୀୟ ଠିକାଦାରଙ୍କ ପାଖରୁ ୪୬ ହଜାର ଟଙ୍କା ନେଉଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଚ୍ୟାମ୍ବର୍ ରେ ମାଡି ବସିଲା ଭିଜିଲାନ୍ସ ଟିମ୍ l  ସୂଚନା ଯୋଗ୍ୟ ଯେ ସମ୍ପୃକ୍ତ ଠିକାଦାରଙ୍କୁ ବିଲ୍ ପାଇଁ ବାରମ୍ବାର ହଇରାଣ କରୁଥିଲେ ଶ୍ରୀ ପାଢ଼ୀ ଫଳରେ ସେ ବାଧ୍ୟ ହୋଇ ସମ୍ବଲପୁର ଭିଜିଲାନ୍ସର ସହାୟତା ନେଇଥିଲେ। ଏବଂ ଯୋଜନା ମୁତାବକ ସମ୍ପୃକ୍ତ ଠିକାଦାର ଆଜି ତାଙ୍କ ଅଫିସ୍ ଚ୍ୟାମ୍ବର୍ ଭିତରେ ଶ୍ରୀ ପାଢ଼ୀଙ୍କୁ ଟଙ୍କା ଦେଇ ସାରି ବାହାରିବା ପରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। ଏ ନେଇ ସମ୍ବଲପୁର ଭିଜିଲାନ୍ସ  ପିଏସ କେସ ନଂ 25 Dt-06/10/24 U/s 7 P.C (Amendment)Act.2018 ଆଧାରରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି। ଶ୍ରୀ ପାଢ଼ୀଙ୍କ ସୋନପୁର ଅଫିସ କାର୍ଯ୍ୟାଳୟ, ବାସଭବନ ସମେତ ପୈତୃକ ବାସ ଭବନ, ଭୁବନେଶ୍ୱର ଓ ପୁରୀ ସ୍ଥିତ ବାସଭବନ ସମେତ ମୋଟ ୬ ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗରୁ ସୂଚନା ମିଳିଛି। ସେ ବହୁତ ପ୍ରଭାବ ଶାଳୀ ଯନ୍ତ୍ରୀ ଥିବା ସହରରେ ଚର୍ଚ୍ଚା ହେଉଥିବା ବେଳେ ଦୀର୍ଘ ବର୍ଷ ଧରି କିଛି ପ୍ରଭାବ ଶାଳୀ ନେତୃ ସ୍ଥାନୀୟ ଲୋକଙ୍କ ଅଦୃଶ୍ୟ ଶକ୍ତି ଓ ଛତ୍ର ଛାୟା ତଳେ ଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଅlଦୌ ଖାତିର ନ ଥିବା ସବୁଠି ସବୁବେଳେ ଚର୍ଚ୍ଚା ହୁଏ l  ମୋ ବିଭାଗ ରେ ଦୁର୍ନୀତିର କେବେ ପ୍ରଶ୍ନ ଉଠେନି ବୋଲି ସବୁବେଳେ ଚ୍ୟାଲେଞ୍ଜ କରି କହୁଥିବା ଶ୍ରୀ ପାଢ଼ୀଙ୍କର କୁଆଡେ ଏକ ଫାର୍ମ ହାଉସ ମଧ୍ୟ ଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି l ଅଳ୍ପ କିଛି ଦିନ ପରେ ଏକ ଶହ କୋଟିର ଟେଣ୍ଡର କାମ ଆରଂଭ ହେବାକୁ ନେଇ ଗତ କାଲି ରାତିରେ ରିଭ୍ୟୁ ଭୁବନେଶ୍ବର ର କିଛି ଯନ୍ତ୍ରୀ ଙ୍କ ଆଲୋଚନା ପର୍ଯ୍ୟା ଲୋଚନା ଚାଲିଥିବା ଖବର ମିଳିଛି lସବୁବେଳେ  ସଚ୍ଚୋଟ ଓ ସାଧୁତା କଥା  କହୁଥିବା ଶ୍ରୀ ପାଢ଼ୀ ଏତେ ଦୁର୍ନୀତି ଖୋର କିମିତି ହେଲେ ବୋଲି ଆଜି ଜିଲ୍ଲା ରେ ସବୁଠି ଚର୍ଚ୍ଚା ଚାଲିଛି l

hiranchal ad1
Leave A Reply

Your email address will not be published.

fourteen − three =