ଦଶପଲ୍ଲା : ଆଜି ଦଶପଲ୍ଲାର ନେତାଜୀ ମୈଦାନରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବ୍ଲକର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସୌଜନ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାୟ ୨୫୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର, ଉପାୟନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା,ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ବ୍ଲକ୍ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶାଲା, ଏନ୍ଏସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରୀୟଦର୍ଶିନୀ, ଏନ୍ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ୍, ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ତହସିଲଦାର ଶ୍ରୀକୁମାର ରଥ, ବିଡିଓ ସଂଜୟ କୁମାର ଆଚାର୍ଯ୍ୟ, ଲକ୍ଷୀଧର ସାହୁ ଗୁରୁ ଦିବସର ମହତ୍ୱ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡିଶାର ସ୍ୱନାମଧନ୍ୟ କବି ତଥା ଗାଳ୍ପିକ ହାଡିବଂଧୁ ମହାକୁଡ଼ ସଂଯୋଜନା କରିଥିଲେ ।
