ପାରଳାଖେମୁଣ୍ଡି : ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ କରି ଜିଲ୍ଲାରେ ସରକାରଙ୍କର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବୁଲି ଦେଖିଥିଲେ । ଏହି ଗ୍ରସ୍ତ ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜି.ତିରୁପତି ରାଓ,ଅଧ୍ୟକ୍ଷ, ଜିଲ୍ଲାପରିଷଦ,ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡିକ ଗଜପତି ଜିଲ୍ଲାର କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ । ସେହିପରି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ଓ ଉପା ଅଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ନିଜ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ । ଗଜପତି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର ଜନସାଧାରଣ ଲାଭବାନ ହୋଇପାରୁଛନ୍ତି । ଏଣୁ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ ହୋଇ ପାରୁଥିବାରୁ ଗଜପତି ଜିଲ୍ଲା ପ୍ରଶାସନକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ସଭ୍ୟ ସଭ୍ୟା ଖୁସି ବ୍ୟକ୍ତ କରିଥିଲେ । ଆଜିର ଏହି ଗ୍ରସ୍ତରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାମନ୍ତ୍ରୀ ଆବାସ ଯୋଜନା ଓ ଓଡିଶା ଜୀବିକା ମିଶନ ଅଧିନରେ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଗଣ୍ଡହାତୀ, ମହେନ୍ଦ୍ରଗଡ଼, ଚନ୍ଦ୍ରଗିରି ଓ ଜୀରାଙ୍ଗ ପ୍ରାର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହିତ ବିଭିନ୍ନ ଗ୍ରାମରେ ମଧ୍ୟ ବୁଲି ଦେଖିଥିଲେ ।
ଏହି ଗ୍ରସ୍ତ ସମୟରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌର ପରିଷଦ,ପାରଳାଖେମୁଣ୍ଡି, ଅତିରିକ୍ତ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ଗଜପତି ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.