କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

0 76

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ଘାଟିରେ ଆଜି ସକାଳ ୭ ଘଟିକା ସମୟରେ (ଏମପି ୦୪ ଜିଏ ୩୭୪୨) ନମ୍ୱର ବିଶିଷ୍ଟ ଟ୍ରକ୍‌ କଳିଙ୍ଗା ଘାଟିର ପ୍ରଥମ ବୁଲାଣୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ଟ୍ରକ୍‌ଟି ବ୍ରହ୍ମପୁର ଯାଉଥିବା ବେଳେ ବୁଲାଣୀ ରାସ୍ତାକୁ ଦେଖି ନ ପାରି ଭାରସାମ୍ୟ ହରାଇ ପାହାଡ ପାର୍ଶ୍ୱ କାନ୍ଥରେ ପିଟି ହୋଇ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି । ଗାଡ଼ିରେ ଥିବା ଡ୍ରାଇଭର ସନୁ ଶର୍ମା ନାମକ ବ୍ୟକ୍ତି ଓ ହେଲପର ଗାଡି ଭିତରେ ଚାପି ହୋଇ ରହିଥିଲେ । ଖବର ପାଇ ଘୁ ଉଦୟଗିରି ପୋଲିସ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ଅଗ୍ନିଶମ ଅଧିକାରୀ ମନରଞ୍ଜନ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ କଟର ମେସିନ୍‌ ଦ୍ୱାରା ଗାଡି କାଟି ଫସି ଯାଇଥିବା ଡ୍ରାଇଭାର ଓ ହେଲପରଙ୍କୁ ଉଦ୍ଧାର କରିଥିଲେ । ଜୀବନ ବଞ୍ଚିଯାଉ ବୋଲି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଦ୍ୱାରା ବ୍ରହ୍ମପୁର ବଡ ମେଡ଼ିକାଲ୍‌ କୁ ପଠା ଯାଇଥିବା ସୂଚନା ମିଳିଛି । ଅନ୍ୟ ଏକ ଧାନ ବୋଝେଇ ହୋଇଥିବା ଏପି ୨୧ ଟିଆର ୨୫୦୨ ଟ୍ରକ୍‌ ଟି ମଧ୍ୟ ଭୋର୍‌ ସମୟରେ ଘାଟିରେ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଥିବା ବେଳେ ଡ୍ରାଇଭରଙ୍କ ପତ୍ତା ମିଳୁନି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

fifteen − 5 =