ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ

0 50

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏଏମ୍‌ସିଏସ୍‌ କଲେଜରେ ଫୁଲବାଣୀ ନେହରୁ ଯୁବକେନ୍ଦ୍ର ପକ୍ଷରୁ ଯୁବକଯୁବତୀ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏ ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ନବଜିତ କୁମାର ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋଚନା କରିବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ସଂଗଠକ ସତ୍ୟବାନ ଦଳ ବେହେରା, ମୁଖ୍ୟ ଅତିଥି ଭାବରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡ଼ା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାରେ ଯୁବକ ମାନଙ୍କୁ ନେଇ କେଉଁ କାମ କରନ୍ତି ଯୁବକ ମାନେ ସାମିଲ ହେଲେ କିପରି ସ୍ୱାବଲମ୍ବୀ ହୋଇ ପାରିବେ ତାହା ବର୍ଣ୍ଣନା କରିଥିଲେ । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶ୍ୱେତାବନ ପୂଜାରୀ ଯୁବକ ମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ବନମାଳୀ ବେହେରା ଯୋଗଦେଇ ଏହି ଶିଳ୍ପ କେନ୍ଦ୍ରରୁ ଲୋକ ନେଇ କିପରି ଯୁବକ ମାନେ ନିଜ ଗୋଡରେ ନିଜେ ଠିଆ ହୋଇ ପାରିବେ ପରାମର୍ଶ ଦେଇଥିଲେ । ଅଧ୍ୟାପକ ନରେନ୍ଦ୍ର ଦିଗାଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ଡାହାଣୀ ଯୋଗ ଦେଇ ଦେଶ ଗଠନରେ ଯୁବ ସମାଜର ଭୂମିକା ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ବନମାଳି ବେହେରା ତାଙ୍କ ବକ୍ତବ୍ୟରେ ବିବେକାନନ୍ଦଙ୍କ ଯୋଗ ସାଧନା ତାଙ୍କ ଆଦର୍ଶ ନୀତିନିଷ୍ଟ ଜୀବନ ବଞ୍ଚି ପାରିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ । ଯୁବ ସମାଜ ଆଜି ନିଶାଗ୍ରସ୍ତ ଅବାଟର ବାଟୋଇ, ଅବାଧ୍ୟ ଯୁବ ବୟସକୁ ନ ସଜାଡି ଲେ ଜୀବନ ଦୁର୍ବିସହ ହୋଇଯିବ ବୋଲି କହିଥିଲେ । ଯୁବ ସଂସଦକୁ ନେଇ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଶ୍ରୀ ଜେମିମା ଦିଗାଲ(+୩) ପ୍ରଥମ ବର୍ଷ ପ୍ରଥମ ସ୍ଥାନ ଅଧିକାର କରି ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − twelve =