ଅସୁସ୍ଥ ବେଳେ ବନ୍ଧୁଙ୍କୁ ସାହାଯ୍ୟ କଲେ ବନ୍ଧୁ

0 83

ପୁରୀ : ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଜଣେ ବନ୍ଧୁୁ ଅସୁସ୍ଥ । ତାଙ୍କୁ ପରିବାର ଅଣଦେଖା କରିଦେଇଛନ୍ତି । ଏହି ସମୟରେ ଆଉ ଜଣେ ବନ୍ଧୁ କିପରି ଶାନ୍ତିର ବସିପାରିବେ । ଧାଇଁ ଆସିଛନ୍ତି ବନ୍ଧୁ ପାଖକୁ । ଆଉ ନିଜ ପ୍ରିୟ ବନ୍ଧୁକୁ ଅସୁସ୍ଥ ଅବସ୍ଥାରେ ହସ୍ପିଟାଲ ନେଇଯାଉଛନ୍ତି । ଟ୍ରଲିରେ ବୋହି ବୋହି ନେଇଯାଉଛନ୍ତି ହସ୍ପିଟାଲରେ ଚିକିତ୍ସା କରିବାକୁ । ପୁରୀରୁ ଆସିଥିବା ଏହି ଦୃଶ୍ୟ ଦେଖିଲେ ଯେକେହି ବି ଜଣେ ଭାବପ୍ରବଣ ହୋଇପଡିବା ସ୍ୱାଭାବିକ ।
ବନ୍ଧୁତ୍ୱର ଏହି ବନ୍ଧନ ପୁଣି ଥରେ ମାନବିକତା ଉପରେ ଭରସା କରିବାକୁ, ବିଶ୍ୱାସ ରଖିବାକୁ ବଳ ଦେଉଛି । ବିଳମ୍ବିତ ରାତିରେ ବଡଦାଣ୍ଡରେ ଜଣେ ବୃଦ୍ଧ ଆଉ ଜଣେ ବୃଦ୍ଧଙ୍କୁ ଟ୍ରଲିରେ ବୋହି ନେଇଯାଉଥିବାର ଦୃଶ୍ୟ ଦେଖି ଅଟକିଯାଉଥିଲେ ଦେଖଣାହାରୀ । ପଶ୍ଚିମବଙ୍ଗର ୮୫ ବର୍ଷୀୟ ବୃଦ୍ଧ ଦେବେନ୍ଦ୍ରନାଥ ପରମାଣିକ ଅସୁସ୍ଥ ହୋଇପଡିଥିବା ବେଳେ ତାଙ୍କୁ ଟ୍ରଲିରେ ବୋହି ବୋହି ମେଡିକାଲ ନେଉଥିବା ଏହି ବ୍ୟକ୍ତି ଜଣକ ହେଲେ ୬୨ ବର୍ଷୀୟ ବେଦାନ୍ତ ଚୈତନ୍ୟ ଦାସ ।
ଦେବେନ୍ଦ୍ରନାଥଙ୍କୁ ତାଙ୍କ ପରିବାର ଅବହେଳା କରିବା ପରେ ସେ ପୁରୀ ଆସି ରହୁଥିଲେ । ବେଦାନ୍ତ ବେଳାଭୂମୀରେ ଟ୍ରଲିରେ ଜଳଖିଆ ବିକ୍ରି କରନ୍ତି । ସେଇଠି ପ୍ରଥମେ ଉଭୟଙ୍କ ସାକ୍ଷାତ ହୋଇଥିଲା, ଆଉ ବନ୍ଧୁତା ଗଢିଉଠିଥିଲା । ବୟସାଧିକ ଯୋଗୁଁ ଦେବେନ୍ଦ୍ର ଏବେ ଶଯ୍ୟାଶାୟୀ । ସେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ତାଙ୍କ ସେବା କରିବାକୁ ଧାଇଁ ଆସିଥିଲେ ବନ୍ଧୁ ବେଦନ୍ତ । ଆଉ ନିଜ ଟ୍ରଲିରେ ବନ୍ଧୁଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

hiranchal ad1
Leave A Reply

Your email address will not be published.

1 × 2 =