ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଢାଉ,୪୨ ହଜାର ଜୋରିମାନା ଆଦାୟ

0 96

ପୁରୀ : ପରିବହନ କମିସନର ଅମିତାଭ ଠାକୁର ,ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଆରଟିଓଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାରରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆର୍‌ଟିଓ ଚଢାଉ ବେଳେ ତାଗିଦ୍‌ କରିଥିଲେ । ପୁରୀ ଆର୍‌ଟିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଏହି ଚଢାଉ ବେଳେ ଅତ୍ୟଧିକ ଭଡ଼ା ନେବା ଓ ଭଡ଼ା ଦର ତାଲିକା ନଲଗେଇବା, ଯାତ୍ରୀକୁ ଟିକେଟ୍‌ ନ ଦେବା ଅଭିଯୋଗରେ ଯାତ୍ରୀବାହି ବସକୁ ୪୨ହଜାର ଟଙ୍କା ଜୋରିମାନା କରାଯାଇଛି ।

hiranchal ad1
Leave A Reply

Your email address will not be published.

three × 3 =