ଭବାନୀପାଟଣାଠାରେ ଦୁର୍ଗାପୂଜା ଓ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0 78

ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ୱରୀ ପବିତ୍ର ଛତ୍ରଯାତ୍ରା ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଣିକେଶ୍ୱରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୨୨ତାରିଖ ମା ମାଣିକେଶ୍ୱରୀଙ୍କ ପବିତ୍ର ଛତ୍ରଯାତ୍ରା ଜେନା ଖାଲ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ଭକ୍ତମାନଙ୍କ ଗ୍ରହଣରେ ଯାତ୍ରା କରିବେ । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏଜେଣ୍ଡା ଅନୁଯାୟୀ ପ୍ରସ୍ତାବ ପାଠ କଲେ ଏବଂ ଗୃହରେ ସମସ୍ତଙ୍କ ସହମତିରେ ପ୍ରସ୍ତାବ ଗ୍ରହଣ କରାଗଲା । ମାଙ୍କ ଛତର ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।
ମାଆଙ୍କ ଛତର ଯାତ୍ରାରେ ରାଜାବାଟି ଦ୍ୱାରା ପୁରସ୍କୃତ ପ୍ରଥମ ଓ ଦ୍ୱିତୀୟ ଘୁମୁରା ଦଳ ବ୍ୟତୀତ ପୋଲିସ ବିଭାଗ ଦ୍ୱାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବେ । ଛତ୍ର ଯାତ୍ରା ପାଇଁ ରାସ୍ତା ମରାମତି, ନାଳ ନର୍ଦ୍ଦମା ସଫା, ପାନୀୟ ଜଳ, ନିରବିଚ୍ଛିନ୍ନ ବିଦ୍ୟୁତ ସରବରାହ,ରାସ୍ତାରେ ବୁଲଗାଈଗୋରୁ ନିୟନ୍ତ୍ରଣ, ମଦ ଓ ନିଶା ଦ୍ରବ୍ୟର ବିକ୍ରି ନିଷେଧ, ଶାନ୍ତି ଶୃଙ୍ଖଳା, ଆମ୍ବୁଲାନ୍ସ,ମାଜିଷ୍ଟ୍ରେଟ, ସୂଚନା କେନ୍ଦ୍ର ସ୍ଥାପନ ଓ ଧାରା ବିବରଣୀ, ଚାକ୍ଷୁଷ ଧାରା ବିବରଣୀ କାର୍ଯ୍ୟ ଅନୁଷ୍ଠାନ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ, ଜାତୀୟ ରାଜପଥ, ପୌର ପରିଷଦ,ବିଦ୍ୟୁତ ବିଭାଗ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା ।
ଦୁର୍ଗାପୂଜା କମିଟିର ପୂଜା ସ୍ଥାପନ ଓ ମେଢ଼ ବିସର୍ଜନ ପାଇଁ ଗାଇଡଲାଇନ ଅନୁଯାୟୀ ଚିହ୍ନଟ କୃତିମ୍‌ ପଲିଥିନ ପୁଷ୍କରିଣୀ ବ୍ୟବସ୍ଥା କରିବାକୁ ଉପ ଜିଲ୍ଲାପାଳ, ଭବାନୀପାଟଣା/ ଧର୍ମଗଡ ତଥା ଆଇନଶୃଙ୍ଖଳା ଓ ଛତ୍ରଯାତ୍ରାକୁ ସୁରକ୍ଷିତ, ଜନସମାଗମକୁ ନିୟନ୍ତ୍ରଣ, ସାଂସ୍କୃତିକ ଦଳର ପ୍ରବେଶ ପାଇଁ ପୃଥକ ଭାବେ ଆରକ୍ଷୀ ଅଧିକ୍ଷକ ବୈଠକ ଆୟୋଜନ କରିବେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଉପ ଜିଲ୍ଲାପାଳ, ଭବାନୀପାଟଣା ଡ. ବିଶ୍ୱଜିତ ଦାସ, ଉପ ଜିଲ୍ଲାପାଳ, ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ସିଡିଏମଓ ଡ. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ଅଧିକାରୀ, ସହରର ବିଭିନ୍ନ ଦୂର୍ଗା ପୂଜା କମିଟିର କର୍ମକର୍ତ୍ତା, ସମାଜସେବୀ ଉତ୍ସବ ସାହୁ, ସୁବ୍ରତ ବହିଦାର, ଓକିଲ,ବରିଷ୍ଠ ଆଇନଜିବୀ ଜଗନ୍ନାଥ ମୁଣ୍ଡ,ମନ୍ଦିର କର୍ତ୍ତୃପକ୍ଷ ଅଶୋକ ନେଗି, ସାମନ୍ତ ଖମାରୀ, ଚିତ୍ତ ରଂଜନ ମଣ୍ଡଳ, ସତ୍ୟ ନାରାୟଣ ମହାପାତ୍ର,ଶଶି ଭୂଷଣ ଚୌଧୁରୀ,ଡିଆଇପିଆର୍‌ଓ ମନୋଜ ବେହେରା, ଇଓ ଚିନ୍ମୟ ନାୟକ, ମସଜିଦ କମିଟି ସଭ୍ୟ, ଚର୍ଚ୍ଚ କମିଟି ସଭ୍ୟ, ବିଭାଗୀୟ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × one =