ତାଲା ବନ୍ଦ ଘରୁ ଚୋରି ଘଟଣାରେ ୪ଗିରଫ

0 81

ବ୍ରହ୍ମପୁର: ନିମଖଣ୍ଡି ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌ ଏକ ବଡ଼ ଗହଣା ଚୋରି ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି । ରାକେଟ୍‌ର ୪ସଦସ୍ୟଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସନିଆ ଗୌଡ, ମୁଥୁଟ ଫିଇନାନ୍ସ ମ୍ୟାନେଜର ମୋହନ ପାଢୀ, ସୁନାରୀ ସନ୍ତୋଷ ଗାଇୱାଡା ଓ ସୁରେନ୍ଦ୍ର ମହାପାତ୍ର ରହିଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ୨କିଲୋ ୭୨୮ ଗ୍ରାମ ସୁନା ଓ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ । ସୁନା ଚୋରି ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସନିଆ ଗୈାଡକୁ ବିଶାଖାପାଟଣାରୁ ଗିରଫ କରାଯାଇଥିବା ଏସପି କହିଛନ୍ତି । ଏହି ସଫଳତା ପାଇଁ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ନିମଖଣ୍ଡି ଥାନା ଅଧିକ ଭାବାନନ୍ଦ ପ୍ରଧାନ ଓ ତାଙ୍କ ଟିମକୁ ଏସପି ପ୍ରଶଂସା କରିଛନ୍ତି ।

hiring

ଏପରି କି ପୁଲିସ କର୍ମଚାରୀଙ୍କୁ ପୁରସ୍କାରଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ, ଗତ ୨୧ ତାରିଖରେ ହୋଇଥିବା ଅଭିଯୋଗ ପ୍ରକାରେ ଲୋଚାପଡ଼ା ନିକଟସ୍ଥ ବିଜୟ ବିହାର ତୃତୀୟ ଲାଇନ୍‌ରେ ରହୁଥିବା କାଳୀ ଚରଣ ପଣ୍ଡା(୫୯)ଙ୍କ ଘରୁ ୩୦ ଭରି ସୁନା ଚୋରି ହୋଇଥିଲା । ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସେଠାରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍‌ ଅଧାରରେ ପୁଲିସ୍‌ ଚୋରକୁ ବିଶାଖାପାଟଣାରୁ କାବୁ କରିଥିଲା । ତେବେ ତାକୁ ଅଧିକ ପଚରାଉଚରା କରିବାରୁ ଏହା ପଛରେ ଏକ ବଡ଼ ରାକେଟ୍‌ କାମ କରୁଥିବା ଜାଣିବାକୁ ପାଇଥିଲା । ତା’ର ସୂଚନାକୁ ଭିତ୍ତି କରି ପୁଲିସ୍‌ ବିଭିନ୍ନ ସ୍ଥାନରୁ ୪ଜଣଙ୍କୁ ଉଠାଇ ନେଇଥିଲା । ସେମାନଙ୍କଠାରୁ ପୁଲିସ୍‌କୁ ୨କେଜି ୭ ୨୮ଶହ ଗ୍ରାମ୍‌ ସୁନା ଅଳଙ୍କାର ଓ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ମିଳିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ଏସପି କହିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − four =