ଡକାୟତି ଘଟଣାରେ ଆସ୍କାରୁ ଦମ୍ପତି ଗିରଫ, ଜଣେ ଫେରାର୍‌

0 337

ଓଡଗାଁ : ନୟାଗଡର ପ୍ରତିଷ୍ଠିତ ବ୍ୟବସାୟୀ ରଂଜନ ପୃଷ୍ଟିଙ୍କ ମ୍ୟାନେଜର ନିରଞ୍ଜନ ମହାନ୍ତି ଗତମାସ ୧୧ତାରିଖ ଦିନ ବିଭିନ୍ନ ଦୋକାନରୁ ବାକି ଟଙ୍କା ଆଦାୟ କରି ଫେରୁଥିବା ବେଳେ ଗଂଜାମ ଜିଲ୍ଲା ଆସ୍କା ଥାନା କୋଟିନଡା ନିକଟସ୍ଥ ଡମୁଣି ଗାଁର ଏ. ଶ୍ରୀନୁ ଏବଂ ଅନ୍ୟ ଜଣେ ଯୁବକ ତାଙ୍କୁ ପିଛା କରିଥିଲେ । ବଡପୁଟ ଛକ ନିକଟ ନିଛାଟିଆ ସ୍ଥାନରେ ମ୍ୟାନେଜରଙ୍କୁ ଅଟକାଇ ମାଡ ମାରି ସେ ଡିକିରେ ରଖିଥିବା ୨ଲକ୍ଷ ୪୦ହଜାର ଟଙ୍କା ନେଇ ଫେରାର୍‌ ହୋଇଯାଇଥିଲେ କିନ୍ତୁ ଏହି ସବୁ ଘଟଣା ନିକଟରେ ଥିବା ସିସିଟିଭିରେ କଏଦ ହୋଇଯାଇଥିଲା । ମ୍ୟାନେଜର ଶ୍ରୀ ମହାନ୍ତି ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୪୩/୨୩ରେ ଏକ ମାମଲା ରୁଜୁ କରି ସିସିଟିଭି ଯାଂଚ କରି ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଶରଣକୁଳ ପୁଲିସ ଏକ ଟିମ୍‌ ଗଠନ କରି ଗଂଜାମ ଜିଲ୍ଲା ଆସ୍କା ପୁଲିସ ସହାୟତାରେ ଡମୁଣି ଗ୍ରାମରେ ପହଂଚି ଏ. ଶ୍ରୀନୁ ଏବଂ ଘଟଣାରେ ସଂପୃକ୍ତ ଥିବା ସ୍ତ୍ରୀ ଏ. ଦୁର୍ଗାଙ୍କୁ ଗିରଫ କରି ଶରଣକୁଳ ଥାନାକୁ ଆଣିଥିଲେ । ସେମାନଙ୍କ ଠାରୁ ନଗଦ ୨ଲକ୍ଷ ୨୦ହଜାର ଟଙ୍କା ଏବଂ ଏକ ନାଲି ରଙ୍ଗର ଆପାଚି ଗାଡିନଂ ଓଡି୩୨ସି (୨୮୪୩)କୁ ଜବତ କରିଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ଯୁବକ ଜଣକ ଫେରାର ଥିବା ବେଳେ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି । ସେମାନଙ୍କ ଠାରୁ ଜବତ ହୋଇଥିବା ଟଙ୍କା ମ୍ୟାନେଜରଙ୍କ ଠାରୁ ନେଇଥିବା କଥା ସ୍ୱୀକାର କରିବା ପରେ ଶରଣକୁଳ ପୁଲିସ ସହାୟତାରେ ମ୍ୟାନେଜର ଶ୍ରୀ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ଶରଣକୁଳ ପୁଲିସର ସଫଳତା ଯୋଗୁ ଟଙ୍କା ଫେରି ପାଇଥିବା ମ୍ୟାନେଜର ଶ୍ରୀ ମହାନ୍ତି କହିଛନ୍ତି । ଏହି ଦମ୍ପତିଙ୍କୁ ଧରିବାରେ ଶରଣକୁଳ ଥାନା ଅଧିକାରୀ ଜୟଦୀପ ମହାନ୍ତି, ଏସ୍‌ଆଇ ଗୌରହରି ଜେନା, ହାଇଦର ଅଲ୍ଲୀ ଏବଂ ପୁଲିସ କର୍ମଚାରୀମାନେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − twelve =