୧୭ କେଜି ଗଞ୍ଜେଇ ଜବତ, ୩ ଗିରଫ

0 141

ପାଟଣାଗଡ଼: ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ବିଭିନ୍ନ ସ୍ଥାନରୁ ୧୭ କେଜି ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜୟଧର ସୁନା, ରାଜେଶ ସୁନା ଓ ଜୟସିଂ ଯାଦବ ବୋଲି ଜଣାପଡିଛି । କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଉପ ନିରୀକ୍ଷକ ସତ୍ୟନାରାୟଣ ଦାସଙ୍କଠାରୁ ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଅବକାରୀ ବିଭାଗର ଦୁଇଟି ଟିମ୍‌ ଲାଠୋର ଥାନା ଅଧୀନରେ ଥିବା ଝାକ୍ରିପାଲି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଠିକ ଏହି ସମୟରେ ଏକ ପ୍ୟାସନ ପ୍ଲସ ବାଇକ୍‌ ଯୋଗେ ଦୁଇ ଜଣ ଯୁବକ ମଝିରେ ଏକ ଭର୍ତ୍ତି ଥିବା ଜରିବସ୍ତା ଧରି ସେହି ରାସ୍ତା ଦେଇ ଦ୍ରୃତ ଗତିରେ ଯାଇଥିଲେ । ଅବକାରୀ ବିଭାଗ ସନ୍ଦେହ କରି ସେମାନଙ୍କୁ ପିଛା କରିଥିଲା । କିଛି ବାଟ ପିଛା କରିବା ପରେ ସେମାନଙ୍କୁ ଅଟକାଇବାରେ ସଫଳ ହୋଇଥିଲା । ଯାଞ୍ଚ ସମୟରେ ବାଇକ୍‌ରେ ଥିବା ଜୟଧର ସୁନା ଓ ରାଜେଶ ସୁନା ଧରି ଥିବା ଜରିବସ୍ତାରୁ ଗଞ୍ଜେଇ ବାହାରି ଥିଲା । ଅନୁରୂପ ଭାବରେ ସେହି ରାସ୍ତାର ଅନୀତ ଦୂରରେ ଥିବା ଜଣେ ଯୁବକ ମଧ୍ୟ ଏକ ଅଧା ଜରି ଭର୍ତ୍ତି ଥିବା ବସ୍ତା ଧରି ଏକ ଗଛ ମୂଳେ ଅଟକି ରହିଥିଲା । ଅବକାରୀ ବିଭାଗର ସନ୍ଦେହ ହେବାରୁ ଉକ୍ତ ଯୁବକଙ୍କୁ ମଧ୍ୟ ପଚାରା ଉଚରା ପରେ ଜରିବସ୍ତା ଖୋଲି ଦେଖାଇବାକୁ କୁହାଯାଇଥିଲା । ସେହି ବସ୍ତାରେ ମଧ୍ୟ ଗଞ୍ଜେଇ ଥିବା ବିଭାଗ ଜାଣିପାରିଥଲା । ଘଟଣା ସ୍ଥଳରୁ ୩ ଜଣ କୁ ଗିରଫ କରି ପାଟଣାଗଡ଼ ଅବକାରୀ ଉପ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଅଧିକ ତଦନ୍ତ ପରେ ଜୟଧର ଓ ରାଜେଶଙ୍କ ଠାରୁ ୧୦ ଓ ଜୟସିଂଙ୍କ ବସ୍ତାରୁ ୭ ଗଞ୍ଜେଇ ଥିବା ଜଣାପଡିଥିଲା । ପୃଥକ୍‌ ପୃଥକ୍‌ ଭାବରେ ଦୁଇଟି ମାମଲା ରୁଜୁ କରି ତିନି ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଉପନିରିକ୍ଷକ ଶ୍ରୀ ଦାସଙ୍କ ଠାରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

7 + three =