ହରଭଙ୍ଗା ବ୍ଲକରେ ମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ, ବିଭିନ୍ନ ବିଭାଗର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ

0 192

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିକାଶ ଉପରେ ଗୁରୁତ୍ୱ ନେଇ ଆଜି ଗୁରୁବାର ଦିନ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ମିନିଟଟୁ ମିନଟ ମାରାଥନ କାର୍ଯ୍ୟକ୍ରମ ହୋଇଯାଇଛି । ବ୍ଲକର ପୁରୁଣାକଟକ ପଂଚାୟତ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ବୃଦ୍ଧବୃଦ୍ଧାଙ୍କ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଉଦଘାଟିତ ହୋଇଯାଇଛି । ତତ୍‌ପରେ ୫୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ଦୁଗ୍ଧ ଶୀତଳିକରଣ କେନ୍ଦ୍ର, ଚାରିଛକର ଶିଳାନ୍ୟାସ, ମିଶନ ଶକ୍ତି ଗୃହର ଉଦଘାଟନ, ବ୍ଲକର ମତ୍ସ୍ୟ ବିଭାଗ ତରଫରୁ “ବୌଦ୍ଧ ମହାନଦୀ ସଜ ମାଛ “ଦେଶ ଓ ବିଦେଶକୁ ରପ୍ତାନି ଗାଡିର ସବୁଜ ସଂକେତ ଦେଇ ଶୁଭ ଉଦଘାଟନ ଏବଂ ବ୍ଲକର କନଫରେନ୍ସ ଗୃହରେ ବ୍ଲକର ବିଭିନ୍ନ ସମସ୍ୟା ଉପରେ ମିନିଟଟୁ ମିନିଟ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଏନ୍‌ଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ପୂର୍ତ୍ତ ବିଭାଗ ର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାତ ଦାସ, ବିଡ଼ିଓ ସ୍ୱପ୍ନିତା ନାୟକ, ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲା ଓ ବ୍ଲକର ବିଭିନ୍ନ ପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 + seventeen =