ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ଉଦଯାପିତ : ଅନ୍ତିମ ସନ୍ଧ୍ୟାରେ ଶ୍ରୀଜୀଉଙ୍କ ରାଜ୍ୟାଭିଷେକ ବେଶ

0 67

ଓଡ଼ଗାଁ: ଓଡ଼ଗାଁ ବିଜେ ଶ୍ରୀରଘୁନାଥଜୀଉଙ୍କ ଶ୍ରୀରାମନବମୀ ଯାତ୍ରାର ନବଦିନ ସଂଧ୍ୟାବେଶର ଆଜି ଥିଲା ଉଦଯାପନୀ ସନ୍ଧ୍ୟା । ରାବଣ ନିଧନ ସହିତ ୧୪ ବର୍ଷର ବନବାସ ସାରି ମାତା ସୀତା ଓ ଅନୁଜ ଲକ୍ଷ୍ମଣ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ହୋଇଥିଲା । ରାଜ୍ୟାଭିଷେକ ବେଶ ଦର୍ଶନ ପାଇଁ ଲାଗିରହିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଅଯୋଧ୍ୟାର ପ୍ରଜାଙ୍କର ଉତ୍ସାହର ମୁହୂର୍ତ୍ତର ଭ୍ରମ ସୃଷ୍ଟି କରୁଥିଲା । ରତ୍ନବେଦୀରେ ଶାନ୍ତକାନ୍ତ ନବଦୁର୍ବାଦଳ ରୂପକାନ୍ତି ପ୍ରଭୁ ଶ୍ରୀରାମଙ୍କ ସହିତ ଜଗତ ଜନନୀ ମା ସୀତା ବସିଥିବାବେଳେ ପଶ୍ଚାତରେ ଲକ୍ଷ୍ମଣ ଛତ୍ରଧରି ରହିଥିବା, ଭରତ ଚାମର ଦେଉଥିବା, ଶତ୍ରୁଘ୍ନ ଆଲଟ ପକାଉଥିବା,ହନୁମାନ ପାଦପଦ୍ମରେ ଆଣ୍ଠୁମାଡି ପ୍ରଣାମ କରୁଥିବାର ଦୃଶ୍ୟ ଏବଂ ବିଭୀଷଣ, ସୁଗ୍ରୀବ, ନଳ, ନୀଳ,ଅଙ୍ଗଦ, ସୁଷେଣ, ଜାମ୍ବବାନଙ୍କ ସମେତ ଇନ୍ଦ୍ର, ବ୍ରହ୍ମା,ଶିବ ଓ କୁଳଗୁରୁ ବଶିଷ୍ଠଙ୍କ ଉପସ୍ଥିତିର ଦୃଶ୍ୟ ଅଯୋଧ୍ୟାର ରାଜସିଂହାସନର ପ୍ରତୀୟମାନ ହେଉଥିଲା । ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ବିଜୟ ଥିଲା ଉତ୍ସବର ମୁଖ୍ୟ ବୈଶିଷ୍ଟ୍ୟ । ଆଜିର ପାଳିଆ ପଣ୍ଡା, ମନ୍ଦିର ପରିଚ୍ଛା, ସୁଆର ପରିଷଦ, ଦେବୋତ୍ତର ଅଧିକାରୀ ଶକ୍ତିକାନ୍ତ ରାୟ, ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ, ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ, ବିଡ଼ିଓ ସନ୍ତୋଷ କୁମାର ଜେନା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା । ଓଡ଼ଗାଁର ସମସ୍ତ ପ୍ରଶାସନିକ ଅଧିକାରୀ ଓ ଆଦର୍ଶ ଥାନା ପୁଲିସ ବାହିନୀ ଦୈନନ୍ଦିନ ଯାତ୍ରାକୁ ଶୃଙ୍ଖଳାର ସହ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

three − 2 =