ଦ୍ୱିତୀୟ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା

0 397

ଦଶପଲ୍ଲା : ଗତକାଲିଠାରୁ ଆରମ୍ଭ ହୋଇଥିବା ଧାରଣା ଆଜି ଦ୍ୱୀତିୟ ଦିନରେ ପହଞ୍ଚିଛି । ବୁଗୁଡା କଲୋନୀ ଗ୍ରାମରର ୫୦ଟି ଆଦିବାସୀ ପରିବାରର ପୁରୁଷ ଓ ମହିଳା ଖୋର୍ଦ୍ଧା- ବଲାଙ୍ଗୀର ରେଳପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନରେ ଗତକାଲି ଠାରୁ ଛାମୁଣ୍ଡିଆ କରି ଗଣଧାରଣା ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି ବାରମ୍ବାର ପ୍ରଶାସନ ନିକଟରେ ହାରି ଗୁହାରି କରିଥିଲେ ବି ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଶେଷରେ ଏହି ପନ୍ଥାକୁ ଆପଣାଇଛନ୍ତି କ୍ଷତିଗ୍ରସ୍ତ ବୁଗୁଡା କଲୋନୀବାସୀ । ବୁଗୁଡା କଲୋନୀ ଗ୍ରାମର ୫୦ ଜଣ ଆଦିବାସୀ ଚାଷୀଙ୍କ ଚାଷ ଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଇଛି । ଜମି ବାବଦ ସହାୟତା ରାଶି ସେମାନଙ୍କୁ ମିଳିବ ନାଁ ନାହିଁଁ ତାହା ମଧ୍ୟ ତାଙ୍କୁ ସୂଚନା ଦିଆଯାଉନାହିଁ । ଭୂଅର୍ଜନ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ ବିଗତ ଦିନରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ।

hiring

ଗ୍ରାମକୁ ଲାଗି ରହିଥିବା ଚାଷ ଜମିରେ ଧାନ, ବାଈଗଣ, କଲରା, ପୋଟଳ ଚାଷ କରି ବୁଗୁଡା କଲୋନୀ ବାସିନ୍ଦା ସୁଖ ଓ ସ୍ୱାଚ୍ଛ୍ୟନ୍ଦରେ ଜୀବନ ବିତାଉଥିଲେ । ରେଳପଥ ନିର୍ମାଣ ପାଇଁ ଗ୍ରାମର ୭୦ ପ୍ରତିଶତ ଚାଷ ଜମି ଚାଲି ଯାଉଥିବା ବେଳେ ଗ୍ରାମବାସୀଙ୍କୁ ଜମି ଅଧିଗ୍ରହଣ ଅଧିକାରୀ କିମ୍ବା ତହସିଲ ପକ୍ଷରୁ କୌଣସି ନୋଟିସ କରାଯାଇନାହିଁ । ସହାୟତା ଅର୍ଥ ସେମାନଙ୍କୁ ମିଳିବ ନା ନାହିଁଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ଆଦିବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତ୍ୟୁତ୍ତର ପାଇ ନାହାନ୍ତି । ନୟାଗଡରେ ଥିବା ରେଳପଥ ଜମି ଅଧିଗ୍ରହଣ କାର୍ଯ୍ୟାଳୟକୁ ବାରମ୍ବାର ଆସିଲେ ମଧ୍ୟ ଅଧିକାରୀଙ୍କୁ ଦେଖା ମିଳୁନାହିଁ । ୬୫ ବର୍ଷ କାଳ ଜମିର ମାଲିକ ସାଜିଥିବା ବେଳେ ଆଜି ସେମାନଙ୍କ ଜମି ସରକାର ନେଇଯାଉଥିବା ପ୍ରତିବାଦରେ ସେମାନେ ଗଣଧାରଣାରେ ବସିଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 3 =