କଂଗ୍ରେସର ମହଙ୍ଗାଇ ପର ଚର୍ଚ୍ଚାର ପଥପ୍ରାନ୍ତ ସଭା

0 164

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁଠାରେ ସୋମବାର ଦିନ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ତଥା ଗଦାପୁର ପଞ୍ଚାୟତର ସମିତି ସଭ୍ୟା ରୁଦା ମଲ୍ଲିକଙ୍କ ନେତୃତ୍ୱରେ ମହଙ୍ଗାଇ ପର ଚର୍ଚ୍ଚା ,”ମହଙ୍ଗା ମାଡ଼ ଭାଙ୍ଗୁଛି ହାଡ଼’ ପ୍ରସଙ୍ଗରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଦେଶ ତଥା ରାଜ୍ୟରେ ଦିନକୁ ଦିନ ପ୍ରତ୍ୟେକ ବ୍ୟବହାରିକ ସାମଗ୍ରୀ ଓ ଖାଉଟି ଦ୍ରବ୍ୟର ଅହେତୁକ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ପେଟ୍ରୋଲ, ଡିଜେଲ, କିରାସିନି, ରନ୍ଧନ ଗ୍ୟାସ ଇତ୍ୟାଦିର ଅହେତୁକ ଦରଦାମ ବୃଦ୍ଧି ଘଟିଛି ଯାହା ଫଳରେ ଗରୀବ ନୀରିହ ଖଟିଖିଆ କୁଲି ମଜୁରିଆ ମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ବେରୋଜଗାର ସଂଖ୍ୟା ମଧ୍ୟ ବଢ଼ିଛି ଏହାକୁ ପ୍ରସଙ୍ଗ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନର ଅପାରଗତା ଓ ଦଳିତ ଆଦିବାସୀ ପଛୁଆ ବର୍ଗ ଓ ମାଇନରୀଟିମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବକୁ ବକ୍ତାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ପଥପ୍ରାନ୍ତ ସଭା ମାଧ୍ୟମରେ ଜନଜାଗରଣ ସୃଷ୍ଟି କରି ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ଦଳକୁ ସମର୍ଥନ କରିବାକୁ ବକ୍ତାମାନେ ନିବେଦନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମୁଠାମାଝୀ, ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବାଣିଜ୍ୟ କର କମିଶନର ଅମିର ଚାନ୍ଦ ନାୟକ, ଜିଲ୍ଲା ଉପ ସଭାପତି କରମ ସିଂ ନାୟକ, ଦନେକବାଡ଼ି ପଞ୍ଚାୟତ ସଭାପତି ନାଗେଶ୍ୱର ପ୍ରଧାନ, ବ୍ରାହ୍ମଣୀଗାଁ ପଞ୍ଚାୟତ ସଭାପତି ମରିଆନ ଉଥାନ ସିଂ, ଗଦାପୁର ପଞ୍ଚାୟତ ସଭାପତି ଦିଲ୍ଲୀପ ବଳିଆର ସିଂ, ପୂର୍ବତନ ଉପାଧ୍ୟକ୍ଷା ବିଳାସିନୀ ନାୟକ, ବରିଷ୍ଠ କର୍ମୀ ରଞ୍ଜନ ପ୍ରଧାନ, ତିଆଡ଼ି ନାୟକ ସମେତ ଅଞ୍ଚଳର ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଶରତ ଚନ୍ଦ୍ର ବଳିୟାର ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + 7 =