ସୁସ୍ଥ ଶରୀର ଓ ମନ ପାଇଁ ଯୋଗ ଅତ୍ୟାବଶ୍ୟକ

0 69

ସୁବର୍ଣ୍ଣପୁର: ଭାରତ ସ୍ୱାଭିମାନ ଓ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ସୁବର୍ଣ୍ଣପୁର ଠାରେ ସୁବର୍ଣ୍ଣା ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ଯୋଗ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍ୱାଭିମାନ ପ୍ରଭାରୀ ଗୋରେଖନାଥ ସାହୁ ମାର୍ଗ ଦର୍ଶନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଫେସର ଶମ୍ଭୁଭୂଷଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ ମୁଖ୍ୟ ଅତିଥି ଭାବରେ ଏବଂ ପଙ୍କଜ କୁମାର ମେହେର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ମହିଳା ପ୍ରଭାରୀ ପ୍ରଫେସର ମୀନା ମହାରଣା ଓ କିଷାନ ପ୍ରଭାରୀ ପ୍ରତାପ କେଶରୀ ରାୟଗୁରୁ ମଧ୍ୟ ମଂଚାସୀନ ହୋଇଥିଲେ । ଯୋଗ ଶିକ୍ଷିକା ଭଗବତୀ ରାୟଗୁରୁ, ଯୋଗ ଶିକ୍ଷକ ଦିଲ୍ଲୀପ କୁମାର ରଥ, ଯୋଗ ଶିକ୍ଷକ ସତ୍ୟନାରାୟଣ ବସ୍ତିଆ ଓ ବରିଷ୍ଠ ସଭ୍ୟା କଳ୍ପନା ମେହେର ନିଜର ଯୋଗାନୁଭୂତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତାମାନେ ଯୋଗର ଉପକାରିତା ସମ୍ପର୍କରେ ଆଲୋଚନା କାରି କହିଥିଲେ ଯେ ଯୋଗ ହେଉଛି ସବୁ ସମସ୍ୟାର ସମାଧାନ । ବିଶ୍ୱ ଯୋଗ ଦିବସର ତତ୍ପର୍ଯ୍ୟ ବର୍ଣ୍ଣନା କରି ଅତିଥି ମାନେ ଏ ଦିଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାମୀ ରାମଦେବ ବାବାଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ଭାରତ ସ୍ୱାଭିମାନ ତରଫରୁ ଉପସ୍ଥିତ ସମସ୍ତଙ୍କୁ ଉତ୍ତରୀୟ, ବେଜ ଓ ପତାକା ପ୍ରଦାନ କରାଯାଇଥିଲା । ଶେଷରେ କମ୍ଭୁଭୁଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ନାରାୟଣ ସାହୁ, ଭୁବନେଶ୍ୱର ମେହେର, ପ୍ରଦୀପ ବଣ୍ଡକି ପ୍ରମୁଖ ସମସ୍ତ ଆୟୋଜନରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − 5 =