୬୦ ବସ୍ତା ମହୁଲ ଫୁଲ ସହ ୪୦୭ ଜବତ୍‌, ୧ ଗିରଫ

0 227

ପାଟଣାଗଡ଼ : ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୬୦ ବସ୍ତା ମହୁଲ ଫୁଲ ସହ ୪୦୭ କୁ ଜବତ କରିଛି । ଏଥି ସହ ଡ୍ରାଇଭର ଦୁôର୍ଯ୍ୟୋଧନ ବରିହାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଉପ ନିରୀକ୍ଷକ ସତ୍ୟନାରାୟଣ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ପାଟଣାଗଡ଼ ଉପ ନିରୀକ୍ଷକଙ୍କ ନେତୃତ୍ୱରେ ଏକଟିମ ସଂଧ୍ୟା ସମୟରେ ଘସିଏନ ଲରମ୍ଭା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିଲେ । ଏହି ସମୟରେ ଫଟାମୁଣ୍ଡା ରାସ୍ତା ଦେଇ ଏକ ୪୦୭ ସିଜି-୦୪-ଜେସି-୧୦୩୨ କୁର୍ତୁଳା ଛକରେ ବାହାରି ଲରମ୍ଭା ଦମକି ପାଳି ରାସ୍ତା ଦେଇ ପଦ୍ମପୁରକୁ ଯାଉଥିବା ସମୟରେ ଅବକାରୀ ବିଭାଗ ଉକ୍ତ ୪୦୭କୁ ଅଟକାଇ ପଚରାଉଚରା କରିଥିଲା । ବେଆଇନ ଭାବରେ ମହୁଲ ଫୁଲ ଚାଲାଣ ହେଉଥିବା ଜାଣି ଉକ୍ତ ଟିମ୍‌ ଘଟଣା ସ୍ଥଲରୁ ୪୦୭ ଗାଡି ସହ ଡ଼୍ରାଇଭରକୁ ଗିରଫ କରି ଅବକାରୀ ଉପ କାର୍ଯ୍ୟାଳୟକୁ ଆଣିଥିଲେ । ପଚରାଉଚରା ପରେ ବନ୍ଦପଡା ଫାଣ୍ଡି ଭୂତିଆରବାହାଲର ଅଜୟ ଦାସ ନାମକ ଜଣେ ବ୍ୟକ୍ତି ଏହି ମହୁଲ ଫୁଲ ପଦ୍ମପୁର ମଦଭାଟିକୁ ବେଆଇନ ଭାବରେ ଚାଲାଣ କରୁଥିବା ଡ଼୍ରାଇଭର ଦୁôର୍ଯ୍ୟୋଧନ ଅବକାରୀ ଉପ ନିରୀକ୍ଷକଙ୍କ ସମ୍ମୁଖରେ କହିଥିଲା । ଏହାପରେ ୨୭ କୁଇଣ୍ଟାଲ ମହୁଲ ଫୁଲକୁ ଅବକାରୀ ଉପ ନିରୀକ୍ଷକ ଜଣେ ଲାଇସଂସ ପ୍ରାପ୍ତ ବ୍ୟକ୍ତିଙ୍କୁ ଜିମାଦେବାସହ ଡ଼୍ରାଇଭରକୁ ଗିରଫ କରି ଡାକ୍ତରୀ ମାଇନାପରେ କୋର୍ଟ ଚାଲାଣ କରିଥିଲା ।

hiranchal ad1
Leave A Reply

Your email address will not be published.

fourteen − 2 =