ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ କେନ୍ଦ୍ର ପର୍ଯ୍ୟବେକ୍ଷଣ କଲେ ବିଡିଓ

0 78

ନୂଆଗାଁ : ନୂଆଗାଁ ବ୍ଲକର ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ମେ ୧ ତାରିଖରୁ ୯୬ ଟି ସେଣ୍ଟର ମଧ୍ୟରେ ଆରମ୍ଭ ହୋଇଯାଇଛି । ଆଜି ନୂଆଗାଁ ବ୍ଲକ ବିଡିଓ ସଚିଦାନନ୍ଦ ମିଶ୍ର ପର୍ଯ୍ୟବେକ୍ଷଣରେ ବିଭିନ୍ନ କେନ୍ଦ୍ର ଭ୍ରମଣ କରି ସ୍ଥିତି ପରଖିଥିଲେ । ସାଧାରଣ ଜନତାର କିଭଳି ଭାବରେ ପଛୁଆ ବର୍ଗର ଲୋକମାନଙ୍କର ବୃତ୍ତି, ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ପରିବାରର ଲୋକମାନେ କେଉଁ ପ୍ରକାର ଶିକ୍ଷାନୁଷ୍ଠାନ ଅଧ୍ୟୟନ କରିଛନ୍ତି । ସେ ବିଷୟରେ ସୂଚନା ମିଳିବା ଦ୍ୱାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହୋଇପାରିବେ ସେ ବିଷୟରେ କେନ୍ଦ୍ର ମଧ୍ୟରେ ଜନସାଧାରଣକୁ ବୁଝାଇଥିଲେ । ତତ ସହିତ ସର୍ଭେ ପାଇଁ ନିଯୁକ୍ତି ହୋଇଥିବା କର୍ମଚାରୀ ସଠିକ ଭାବରେ ସର୍ଭେ କରୁଛନ୍ତି କି ନାହିଁ ପଚାରି ବୁଝିଥିଲେ । ଆଜି କୋରଡା,ନୂଆଗାଁ ପଞ୍ଚାୟତ ମଧ୍ୟରେ ଥିବା ବିଭିନ୍ନ ସର୍ଭେ ସେଣ୍ଟର ପର୍ଯ୍ୟବେକ୍ଷଣ କରିଥିଲେ ବିଡିଓ । ତାଙ୍କ ସହିତ ନୂଆଗାଁ ଡବ୍ଲୁଇଓ ଓ ଏବିଓ ନୂଆଗାଁ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =