ଶ୍ରାକିପାଙ୍ଗା ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

0 139

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲାରେ ବାରମ୍ବାର ସଚେତନ କରିବା ସତ୍ୱେ ଅବୁଝା ଲୋକେ ସୁଧୁରିବାର ନାଁ ନେଉନାହାନ୍ତି । ବନ ବିଭାଗ ଅଧିକାରୀ କର୍ମଚାରୀ ମାନେ ଗ୍ରୀଷ୍ମ ଋତୁର ଆରମ୍ଭରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପ୍ରତି ଗାଁ ଗାଁ ରେ ବିଭିନ୍ନ ମାଧ୍ୟମରେ ସଚେତନ କରୁଥିବା ବେଳେ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ମଧ୍ୟ ବନ ବିଭାଗକୁ ସହାୟତା କରି ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ନିଜ ଗ୍ରାମବାସୀ ମାନଙ୍କୁ ସଚେତନ କରୁଛନ୍ତି । ତେବେ ଜଙ୍ଗଲରେ ଜୀବଜନ୍ତୁ ଶିକାର ଓ ପୋଡ଼ୁଚାଷ ପାଇଁ କିଛି ଖଳ ପ୍ରକୃତିର ଲୋକେ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଛନ୍ତି । ଏହିଭଳି ଭାବେ ଜଙ୍ଗଲରେ ନିଆଁ ଲଗାଇ ଜୀବଜନ୍ତୁ ଶିକାର ଓ ପୋଡ଼ୁ ଚାଷ ପାଇଁ ନିଆଁ ଲଗାଇଥିବା ବେଳେ ଦାରିଙ୍ଗବାଡ଼ି ବନବିଭାଗ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି । ଗିରଫ ଦୁଇ ଜଣଙ୍କ ମଧ୍ୟରେ ସିର୍କାବର୍ଗ ପଞ୍ଚାୟତ ର ବର୍ତ୍ତମାନର ୱାର୍ଡ ମେମ୍ବର ଅଛନ୍ତି । ଗିରଫ ଦୁଇଜଣ ହେଲେ ଶ୍ରାକିପାଙ୍ଗା ଗ୍ରାମର ୱାର୍ଡ ମେମ୍ବର ଜିସାୟ ପ୍ରଧାନ(୫୦) ଓ ଆତିନବାଡି ଗ୍ରାମର ରୋହିତ ପ୍ରଧାନ(୨୭) କ୍ଷସୂଚନା ମୁତାବକ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ସିର୍କାବର୍ଗ ପଞ୍ଚାୟତ ଆତିନବାଡି ଗ୍ରାମ ନିକଟ ଶ୍ରାକିପାଙ୍ଗା ଜଙ୍ଗଲ ଯାହାକି କୋଟଗଡ଼ ବ୍ଲକ ଶ୍ରୀରାମପୁର ( ବି-ଡିପିଏଫ) ବନ୍ୟଜନ୍ତୁ ଅଭୟାରଣ୍ୟ ଭାବେ ସଂରକ୍ଷିତ ରହିଛି ସେହି ଜଙ୍ଗଲରେ ଦୁଇ ଦୁର୍ବୃର୍ତ୍ତ ନିଆଁ ଲଗାଇ ଥିବା ବେଳେ ବନାଞ୍ଚଳ ଅଧିକାରୀ ଶ୍ରୀ ଧାରୁଆଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ବନପାଳ ପ୍ରସନ୍ନ ପାତ୍ର ଦାରିଙ୍ଗବାଡ଼ି ବନରକ୍ଷୀ ସିମନବାଡି ବନପାଳ ରବି ମୋହନ ନାୟକ, ବିଜୟାନନ୍ଦ ସେଠୀ, ସୋନପୁର ବନରକ୍ଷୀ ରୂପିଙ୍ଗା ମଲ୍ଲିକ ଓ ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ରାତିରେ ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ନିଆଁ ଲଗାଇଥିବା ୨ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏନେଇ ଦାରିଙ୍ଗବାଡ଼ି ବନବିଭାଗ କେଶ ନମ୍ବର ଓ-ଆର ୧୨/୨୩-୨୪ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଛି ।

hiranchal ad1
Leave A Reply

Your email address will not be published.

sixteen − eight =