ନିଆରା ବିବାହ:ସାନ ଭାଇର ଇଚ୍ଛାକୁ ପୂରଣ କଲେ ବଡ଼ ଭାଇ

0 252

ହରଭଙ୍ଗା : ନିଆରା ବିବାହ । ବିବାହ ପାଇଁ ବରଯାତ୍ରୀ ସହ ଜେସିପିରେ ବସି କନ୍ୟା ଘରକୁ ଗଲେ ବର । ସାନ ଭାଇର ଇଚ୍ଛା ପୂରଣ ପାଇଁ ଜେସିବିରେ ବସି ବିବାହ କରିବା ପାଇଁ ଗଲେ ବର । ବୌଦ୍ଧ ଜିଲ୍ଲା ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ନୟାଗଡ଼ ଜିଲ୍ଲାର କିଆଝର ଗ୍ରାମକୁ ବିବାହ ପାଇଁ ଗତ ୩୦ତାରିଖରେ ଯାଇଥିଲେ । ବଡ଼ ଆଶ୍ଚର୍ଯ୍ୟର କଥା ଯେ ବର ଏଠି କାର କି ଘୋଡାଗାଡି ନୁହେଁ ଜେସିବରେ ବସି କନ୍ୟାଘରକୁ ବାହାହେବା ପାଇଁ ଯାଇଥିଲେ । ଏଭଳି ନିଆରା ଦୃଶ୍ୟକୁ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ଗତ ୩୦ତାରିଖରେ ବିବାହ ପାଇଁ ନୟାଗଡ଼ ଜିଲ୍ଲା କିଆଝର ଗ୍ରାମକୁ ଯାଇଥିଲେ । ସେଠାରେ ପହଁଚିବା ପରେ ଏକ ସୁସଜିତ ଜେସିବିରେ ଗଙ୍ଗାଧରଙ୍କୁ ବସାଇ ବିବାହ ପାଇଁ ବରଯାତ୍ରୀ ବାହାରିଥିଲା । ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

hiring

ଘଟଣା କିଛି ଏଭଳି ଥିଲା ଛତରଙ୍ଗ ଗ୍ରାମର ଗଙ୍ଗାଧରଙ୍କ ସାନ ଭାଇ ଭଗବାନ ବେହେରା ସେ ଜଣେ କୁଶଳୀ ଜେସିବି ଅପରେଟର । ବାହାଘର ଠିକ ହେବାର ୬ମାସ ପୂର୍ବରୁ ସାନଭାଇ ଭଗବାନ ବଡ ଭାଇ ଗଙ୍ଗାଧରଙ୍କୁ କହିଥିଲେ ଯେ ଭାଇଙ୍କ ବିବାହରେ ବରଯାତ୍ରୀ ଯିବ ହେଲେ କିଛି ନିଆରା ଢଙ୍ଗରେ । ଯେହେତୁ ମୁଁ ଜେସିବି ଅପରେଟର ତେଣୁ ଘୋଡା ଗାଡି କି କାର ନୁହେଁ ମୁଁ ଭାଇଙ୍କୁ ଜେସିବିରେ ବସାଇ ବିବାହ କରିବା ପାଇଁ ନେବି । ଶେଷରେ ବଡ ଭାଇଙ୍କୁ ସାନ ଭାଇ ସୁସଜ୍ଜିତ ଜେସିପିରେ ବସାଇ ବିବାହ ପାଇଁ କନ୍ୟାଘରକୁ ନେଇଥିଲେ । ଏଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

hiranchal ad1
Leave A Reply

Your email address will not be published.

2 + 14 =