ପାରାଦ୍ୱୀପ ଯୁବ ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା

0 244

ପାରାଦ୍ୱୀପ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ରାଜ୍ୟସ୍ତରୀୟ ନେତୃତ୍ୱ ତଥା ଦଳର ସଂଗଠନ ସମ୍ପାଦକ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ ( ଯୁବ ଓ ଛାତ୍ର ବ୍ୟାପାର ) ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚାନ୍ଦବାଲିର ବିଧାୟକ ଡ଼ଃ ବ୍ୟୋମକେଶ ରାୟଙ୍କ ନିର୍ଦ୍ଦେଶରେ ଏବଂ ପାରାଦ୍ୱୀପର ବିଧାୟକ ସମ୍ବିତ ରାଉତରାୟ ଓ ପାରାଦ୍ୱୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳଙ୍କ ପରାମର୍ଶ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ପୌରାଞ୍ଚଳରେ ଆହୁରି ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ପାରାଦ୍ୱୀପ ପୌରପାଳିକାର ଯୁବ ସଭାପତି ଆଲୋକ କୁମାର ମହପାତ୍ରଙ୍କ ସୁପାରିସ କ୍ରମେ ପାରାଦ୍ୱୀପ ପୌରପାଳିକା ସ୍ତରୀୟ ବିଜୁ ଯୁବ ଜନତା ଦଳର କମିଟି ଏବଂ ସମସ୍ତ ୧୯ ଗୋଟି ୱାର୍ଡ ନିମନ୍ତେ ୱାର୍ଡ ସଭାପତି ଓ ସାମାଜିକ ଗଣମାଧ୍ୟମ ସମ୍ପାଦକମାନଙ୍କ ନାମ ଗୁଡ଼ିକୁ ଜଗତସିଂହପୁର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ସୌମ୍ୟଜିତ ମହାପାତ୍ର ଅନୁମୋଦନ କରିଛନ୍ତି । ଉପସଭାପତି ଭାବେ ତପନ ନାୟକ, ସତ୍ୟବାଦୀ ସ୍ୱାଇଁ, ପବିତ୍ର ଦାସ, ସରୋଜ ପରିଡା, ବାଦଲ ମହାନ୍ତି, ଅଜୟ ମଲ୍ଲ, ସାଧାରଣ ସମ୍ପାଦକ ଭାବେ ବିଶ୍ୱଜିତ ରାଉତ, ନିରଞ୍ଜନ ବଳ, ମନୋରଞ୍ଜନ ବିଶ୍ୱାଳ, ଜଗନ୍ନାଥ ହାଲଦାର, ଦିବ୍ୟଜ୍ୟୋତି ଲେଙ୍କା, ବାବୁରାମ ଓଝା, ଅଧୀର ସାହୁ, ଗଣେଶ ବେହେରା, ବିଶ୍ୱରଞ୍ଜନ ଆଚାର୍ଯ୍ୟ, ସୁଶାନ୍ତ ସାହୁ, ସମ୍ପାଦକ ଭାବେ ଚିନ୍ମୟ ଦାସ, ମନୋରଞ୍ଜନ ସାହୁ, ଜୋତିଶ ଦାସ, ବିକାଶ ପାଳ, ଲୋକନାଥ ବେହେରା, ମିଲନ ରାଉତରାୟ, ସୁଶାନ୍ତ ପାତ୍ର, ଉମାକାନ୍ତ ଓଝା, ବଳରାମ ବାରିକ, ବସନ୍ତ ମହାନ୍ତି, ଆଇଟ କୋଡିନେଟର ଭାବେ ସତ୍ୟବାଦୀ ସ୍ୱାଇଁ, ଡିଜିଟାଲ ସମ୍ପାଦକ ଭାବେ ଦିବ୍ୟଜ୍ୟୋତି ଲେଙ୍କା ମନୋନୀତ ହୋଇଥିବା ବେଳେ ୱାର୍ଡ ସ୍ତରରେ ସଭାପତି ମାନେ ହେଲେ ଯଥା କ୍ରମେ ପ୍ରଭାତ ଚଣ୍ଡ, ବିକାଶ ପାଳ, ସୁଜୟ ଘୋଷ, ପ୍ରଶାନ୍ତ ନାୟକ, ରାଜେଶ ଲେଙ୍କା, ମନୋଜ ପରିଡା, ରାକେଶ ସାହୁ, ମନୋଜ ମଣ୍ଡଳ, ପୁରୁଷତ୍ତମ ବେଉରା, ସୁନୀଲ ସେଠି, ସୁବ୍ରତ ବଳ, ଜୋତିରଞ୍ଜନ ଦାସ, ଜଗନ୍ନାଥ ମଣ୍ଡଳ, ବିଦୁର ମଲ୍ଲିକ, ବିଭୁତି ଭୂଷଣ ସାହୁ, ବିଶ୍ୱନାଥ ଓଝା, ଗୌରାଙ୍ଗ ଜେନା, ପ୍ରଦୀପ ରଂଜିତ, ଝଡେଶ୍ୱର ମାନ୍ନା, ସାମାଜିକ ଗଣମାଧ୍ୟମ ପ୍ରତିନିଧି ଭାବେ ଯଥାକ୍ରମେ ରଶ୍ମିରଞ୍ଜନ ବେହେରା, ଆକାଶ ପରିଜା, ବାବୁ ଜେନା, ତୀର୍ଥ ନାୟକ, ସତ୍ୟବାନ ପ୍ରଧାନ, ସୁଦର୍ଶନ ବେହେରା, ନିର୍ମଳ ସ୍ୱାଇଁ, ବାବୁ ମଲ୍ଲିକ, ରଙ୍ଗା ନାୟକ, ନିଲୁ ବଳ, ସରୋଜ ଦାସ, ସରୋଜ ନାୟକ, ସୁଶାନ୍ତ ପାତ୍ର, ସଚ୍ଚିତାନନ୍ଦ କାଣ୍ଡର, ବାବୁଲି ଓଝା, ସନ୍ତୋଷ ବିଶ୍ୱାଳ ସୁକାନ୍ତ ସ୍ୱାଇଁ, ଚନ୍ଦନ ମାନ୍ନା, ମୁନ୍ନା ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

four × 4 =