ଟେଷ୍ଟ ର‍୍ୟାଙ୍କିଙ୍ଗ୍‌: ପୁଣି ଶୀର୍ଷରେ ଭାରତ

0 46

ନୂଆଦିଲ୍ଲୀ : ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର । ଆଇସିସିର ବାର୍ଷିକ ର‍୍ୟାଙ୍କିଙ୍ଗ୍‌ ଅପଡେଟ ହୋଇଛି । ଫଳରେ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ରେ ଟିମ୍‌ ଇଣ୍ଡିଆ ନମ୍ବର ୱାନ ସ୍ଥାନରେ ପହଞ୍ଚିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ଜୁନ୍‌ ୭ରୁ ୧୧ ତାରିଖ ଯାଏଁ ଲଣ୍ଡନର ଦ ଓଭଲ ଗ୍ରାଉଣ୍ଡରେ ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍‌ ଖେଳାଯିବ । ଟିମ୍‌ ଇଣ୍ଡିଆ ଏବେ ଶୀର୍ଷରେ ଥିବାରୁ ଦଳର ମନୋବଳ ଉଚ୍ଚ ରହିବ ।
ଅଷ୍ଟ୍ରେଲିଆ ଦଳ ଗତ ୧୫ ମାସ ଧରି ଟେଷ୍ଟ ର‍୍ୟାଙ୍କିଙ୍ଗର ଶୀର୍ଷରେ ଥିଲା । ଗତ ଅଷ୍ଟ୍ରେଲିଆ ଓ ଭାରତ ଟେଷ୍ଟ ସିରିଜ ସମୟରେ କିଛି ସମୟ ପାଇଁ ଭାରତ ଏହି ସ୍ଥାନ ଦଖଲ କରିଥିଲା । ତେବେ ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କରିଥିବାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଖୁସ ପ୍ରକଟ କରିଛନ୍ତି । ଆଜି ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗର ସଦ୍ୟ ସୂଚନା ଅନୁଯାୟୀ ବର୍ତ୍ତମାନ ଭାରତ ଖାତାରେ ୧୨୧ ଅଙ୍କ ଥିବା ବେଳେ ଅଷ୍ଟ୍ରେଲିଆ ଖାତାରେ ରହିଛି ୧୧୬ ଅଙ୍କ । ଗତି କିଛି ସମୟ ଧରି ଭଲ ପ୍ରଦର୍ଶନ କରି ଆସୁଥିବା ଇଂଲଣ୍ଡ ଦଳ ତୃତୀୟ ସ୍ଥାନ ରହିଛି ।
ଭାରତ ଦ୍ୱିତୀୟରୁ ଶୀର୍ଷ ସ୍ଥାନକୁ ପହଞ୍ଚିଥିବା ବେଳେ ଆଫଗାନିସ୍ତାନ ଦଳ ଶୀର୍ଷ ୧୦ରୁ ଆଉଟ୍‌ ହୋଇଛି । ଅନ୍ୟ ପକ୍ଷରେ ଜିମ୍ବାୱେ ଦଳ ଶୀର୍ଷ ୧୦ରେ ପହଞ୍ଚିବାରେ ସକ୍ଷମ ହୋଇଛି । ଏହା ବ୍ୟତୀତ ଆଉ କୌଣସି ଦଳର ସ୍ଥାନ ପରିବର୍ତ୍ତନ ହୋଇନାହିଁ । ପୂର୍ବରୁ ଅଷ୍ଟ୍ରେଲିଆ ଖାତାରେ ୧୨୨ ଅଙ୍କ ଥିଲା ଓ ଭାରତ ଖାତାରେ ୧୧୯ ଅଙ୍କ ରହିଥିଲା । ସେହିପରି ଇଂଲଣ୍ଡ ଖାତାରେ ୧୦୬ ଅଙ୍କ ଥିଲା । ବର୍ତ୍ତମାନ ଇଂଲଣ୍ଡ ଖାତାରେ ୧୧୪ ଅଙ୍କ ଥିବା ବେଳେ ଅଷ୍ଟ୍ରେଲିଆ ଖାତାରେ ୧୧୬ ଅଙ୍କ ରହିଛି ।

hiranchal ad1
Leave A Reply

Your email address will not be published.

twenty + 20 =