ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର

0 44

ମୁମ୍ବାଇ: ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଶରଦ ପାଓ୍ୱାର । ପଦ ଛାଡ଼ିବା ଘୋଷଣା ପରେ ପାଓ୍ବାରଙ୍କ ସମର୍ଥନରେ ନାରାବାଜି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି ପାଓ୍ୱାର । ଶରଦ ପାଓ୍ବାରଙ୍କ ପୁତୁରା ତଥା ବରିଷ୍ଠ ନେତା ଅଜିତ ପାଓ୍ବାର ଦଳ ଛାଡ଼ିବା ଚର୍ଚ୍ଚା ଭିତରେ ସୁପ୍ରିମୋ ପଦରୁ ଇସ୍ତଫା ଦେଇଛନ୍ତି ଶରଦ ପାଓ୍ୱାର ।

hiring

୧୯୯୯ ମସିହାରେ ଏନସିପି ଗଠନ ସମୟରୁ ଦଳର ଅଧ୍ୟକ୍ଷ ଅଛନ୍ତି ଶରଦ ପାଓ୍ବାର । ଗତବର୍ଷ ପାଓ୍ବାରଙ୍କୁ ଆସନ୍ତା ୪ ବର୍ଷ ଲାଗି ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ଗତ ୨୪ ବର୍ଷ ଧରି ଦଳର ସଭାପତି ପଦରେ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × two =