ବଲାଙ୍ଗିର ଦିନ ଅବସରରେ ସାହିତ୍ୟ କୁଟୁମ ତରଫରୁ କବିତା ଆସର

0 63

ବଲାଙ୍ଗିର : ବଲାଙ୍ଗିର ଦିନ ଅବସରରେ ସାହିତ୍ୟ କୁଟୁମ ତରଫରୁ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ କବି ବଳିଷ୍ଠ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ କବି ଗୋପାଳଚନ୍ଦ୍ର ମେହେର, ସମାଜସେବୀ ବିନୋଦ କାଲସାଏ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ରାଜେଶ୍‌ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ମଞ୍ଚାସିନ ରହି ବଲାଂଗିରର ଭାଷା କୋଶଳୀ ଭାଷାକୁ ସ୍ୱତନ୍ତ୍ର ଭାଷାର ମାନ୍ୟତା ଦିଆଯିବା ସାଙ୍ଗେ କୋଶଳୀ ଗବେଷଣା କେନ୍ଦ୍ର ବଲାଙ୍ଗୀରରେ ପ୍ରତିଷ୍ଠା କରାଯାଉ ବୋଲି ମତବ୍ୟକ୍ତ କରିଥିଲେ । ସଭା କାର୍ଯ୍ୟକ୍ରମକୁ ସବିତା ମହରା ପରିଚାଳନା କରିଥିଲେ । ଏଥିରେ ବଲାଂଗିର ଓ ସୋନପୁର ଜିଲ୍ଲା ର ବହୁ କବି ଯୋଗଦେଇ ତାଙ୍କର ସ୍ୱରଚିତ କବିତା ପଠନ କରିଥିଲେ । କବିତା ଆସରକୁ ପୁଷ୍ପାଞ୍ଜଳି ମେହେର ସଂଯୋଜନା କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ପ୍ରିୟା ପରମିତା ମିଶ୍ର ଗାନ କରିଥିବାବେଳେ ଶେଷରେ କବି ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ୍‌ ଅର୍ପଣ କରିଥିଲେ । କବି ସନ୍ଦୀପ କୁଅଁର, ତପସ୍ୱିନୀ ପଶାୟତ, ଜ୍ୟୋତିରାଣୀ ମିଶ୍ର, ଦେବେନ୍ଦ୍ର ନାଏକ୍‌, ମୈତ୍ରୀ ସାହୁ, କସ୍ତୁରୀ ରଥ, ମାନସୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen + twelve =