ପ୍ରଧାନୀ ଜଙ୍ଗଲରୁ ଏକ ମୃତ ବାର୍‌ହା ଉଦ୍ଧାର

0 86

ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ରେଞ୍ଜ ପ୍ରଧାନୀ ଜଙ୍ଗଲରୁ ଶୁକ୍ରବାର ଏକ ମୃତ ବାର୍‌ହା ଉଦ୍ଧାର କରାଯାଇଛି । ସ୍ଥାନୀୟ ଘଣ୍ଟିଗୁଡା ସରପଞ୍ଚ ଖୁଟୁରାମ ସୁନାନୀ ଓ ସିନାପାଲି ରେଞ୍ଜ ଫରେଷ୍ଟର ଖଗେଶ୍ୱର ମାଝୀଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ସହାୟତାରେ ମୃତ ବାର୍‌ହାକୁ ଉଦ୍ଧାର କରିଥିଲେ । ବନ୍ୟଜନ୍ତୁଙ୍କ ସୁରକ୍ଷା କଡାକଡି କରିବା ସହ ସେମାନଙ୍କ ସୁରକ୍ଷା ଆମର କର୍ତ୍ତବ୍ୟ ବୋଲି ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି । ମୃତ ବାର୍‌ହା ଉଦ୍ଧାର ପରେ ପଶୁ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ସ୍ଥାନୀୟ ସରଧାପୁର ନର୍ସରୀ ପରିସରରେ ମୃତଦେହକୁ ପୋତିଦିଆଯାଇଥିବା ସୂଚନା ମିଳିଛି । ବାର୍‌ହା କେଉଁ କାରଣରୁ ମୃତ୍ୟୁବରଣ କଲା ଅବା ଶିକାରୀ ମାନଙ୍କ ଆକ୍ରମଣ କାରଣରୁ ଆଘାତ ପାଇଁ ମୃତ୍ୟୁବରଣ କରିଛି,ତାହା ସ୍ପଷ୍ଟ ହୋଇପାରି ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ସମ୍ପୃକ୍ତ ପଶୁ ଡାକ୍ତର ପ୍ରକାଶ କରିଛନ୍ତି । ପ୍ରଧାନୀ ଜଙ୍ଗଲରେ ବାର୍‌ହା ଭଳି ଅନେକ ବନ୍ୟ ଜୀବଜନ୍ତୁ ରହିଥିବା କାରଣରୁ ଜଙ୍ଗଲ ସୁରକ୍ଷିତ ଅଛି । ଆଜକୁ ପ୍ରାୟ ଦଶ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ଜଙ୍ଗଲରେ ନିଆଁ ଲାଗି ନାହିଁ । ଏହା କେବଳ ବନ୍ୟଜନ୍ତୁଙ୍କ ଦ୍ୱାରା ଓ ବନ୍ୟଜନ୍ତୁଙ୍କ ପାଇଁ ହିଁ ହୋଇପାରିଛି । ଏଣୁ ବନ୍ୟ ଜନ୍ତୁ ସୁରକ୍ଷା ପ୍ରତି ଆମେ ବିଶେଷ ଧ୍ୟାନ ଦେବାର ଜରୁରୀ ଅଛି ବୋଲି ସରପଞ୍ଚ ଶ୍ରୀ ସୁନାନୀ ପ୍ରକାଶ କରିଥିଲେ । ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସରପଞ୍ଚ ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରିଛନ୍ତି । ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାନୀୟ ଜଳର ସୁବିଧା ପାଇଁ ଚହଲା ଖନନ, ଖୋଲା ସ୍ଥାନରେ ବୃକ୍ଷ ରୋପଣ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନେବା ସହ ଜନ ସଚେତନତା ସୃଷ୍ଟି କରି ବନ୍ୟ ଜନ୍ତୁ ଓ ଜଙ୍ଗଲ ସୁରକ୍ଷା କରାଯିବ ବୋଲି କହିଛନ୍ତି । ଏନେଇ ଅଂଚଳରେ ସେ ବେଶ ଲୋକପ୍ରିୟ ହୋଇପାରିଥିବା ବେଳେ ଜଣେ ପ୍ରକୃତି ପ୍ରେମୀ ସରପଞ୍ଚ ବୋଲି ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

hiranchal ad1
Leave A Reply

Your email address will not be published.

5 + fifteen =