ବନ୍ଧ ଛକ ଓ ନୂଆହାଟଠାରେ ପରିଶ୍ରାଗାର ସହ ଶୌଚାଳୟ ଉଦଘାଟନ କଲେ ଏନଏସି ଅଧ୍ୟକ୍ଷା

0 95

ଘୁ. ଉଦୟଗିରି: ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାରା ରାଜ୍ୟରେ ହେଉଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚକରା ବିଷୋୟୀ ଛକ ବା ବନ୍ଧଛକ ଠାରେ ଏକ ପରିଶ୍ରଗାର ନିର୍ମାଣ ପାଇଁ ବହୁ ବର୍ଷରୁ ଜନ ସାଧାରଣଙ୍କ ଦାବି ରହିଥିଲା । ପ୍ରତିଦିନ ଏହି ଛକ ଦେଇ ବହୁସଂଖ୍ୟାରେ ଯାତ୍ରୀବାହୀ ବସ ଯିବା ଆସିବା କରୁଥିବା ବେଳେ ଏହି ସ୍ଥାନରେ କିଛି ସମୟ ଅଟକି ରହେ ।ସେହି ସମୟରେ ଯାତ୍ରୀ ମାନଙ୍କ ନିମନ୍ତେ ପରିଶ୍ରା ଯିବା ପାଇଁ ଆବଶ୍ୟକ ମନେ ହେଉଥିଲେ ମଧ୍ୟ ସେଠାରେ କୌଣସି ସୁବିଧା ନଥିବାରୁ ବସ ଯାତ୍ରୀଙ୍କ ସହ ଅନ୍ୟାନ୍ୟ ପଥଚାରୀ ବହୁ ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ଏକ ବଡ଼ ସମସ୍ୟା ଥିବାବେଳେ ଏହାର ସମାଧାନ ନିମନ୍ତେ ଜନସାଧାରଣଙ୍କ ବହୁଦିନରୁ ଦାବୀ ରହିଥିଲା । ଯାହାକୁ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ମାଧ୍ୟମରେ ଏନଏସି ତରଫରୁ ଚକରା ବିଶୋୟୀ ଛକ ବା ବନ୍ଧ ଛକ ଠାରେ ନିର୍ମାଣ କରାଯାଇଛି । ଏଥି ସହିତ ନୂଆଁହାଟଠାରେ ସପ୍ତାହର ପ୍ରତ୍ୟେକ ଶନିବାର ହେଉଥିବା ସାପ୍ତାହିକ ହାଟକୁ ଆସୁଥିବା ବ୍ୟବସାୟୀ, ଗ୍ରାହକ ମାନଙ୍କ ନିମନ୍ତେ ମାଁ ବରାଳିନି ମିଶନ ଶକ୍ତି ଗ୍ରୁପ ମାଧ୍ୟମରେ
ଲୁ ନାମକ ଶୌଚାଳୟ ନିର୍ମାଣ ମଧ୍ୟ ମୁକ୍ତା ଯୋଜନା ଦ୍ୱାରା ସଫଳ ହୋଇଛି ଯାହା ଫଳରେ ବହୁ ଦୂର ଦୁରାନ୍ତରୁ ଆସୁଥିବା ଲୋକଙ୍କ ଶୌଚ ଓ ପରିଶ୍ରା ଯିବା ସମସ୍ୟାର ସମାଧାନ ହୋଇପାରିବ । ମୁକ୍ତା ଯୋଜନା ଦ୍ୱାରା ନିର୍ମିତ ହୋଇଥିବା ୨ ଟି ପ୍ରକଳ୍ପକୁ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ରିବନ କାଟି ଉଦଘାଟନ କରିଥିଲେ । ଏହି ଅବସରରେ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଜାକେସ କୁମାର ପ୍ରଧାନ, ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ, ଏମଆଇଏସ ମୁକେଶ ରଞ୍ଜନ ନାୟକ, ନିଶିକଳା ମହାନ୍ତି, ଯୋଗେଶ୍ୱର ପାସ୍ପୁ ରେଡ୍ଡୀ, ଜୁନିଅର ଆସିଷ୍ଟାଣ୍ଟ ସୁନ୍ଦର ସୋରେନ,ସିଏମଏମ ଭବାନୀ ବେହେରା, ସିଓ- ଜୀବନ ଜ୍ୟୋତି ନାୟକ, ପ୍ରଦୀପ କୁମାର ଶତପଥୀ, କମ୍ପ୍ୟୁଟର ଆସିଷ୍ଟାଣ୍ଟ କେତନ ନାୟକ, ଶିବା ମହାନ୍ତି,ସଞ୍ଜୟ ମହାନ୍ତି ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟାଳୟ କର୍ମଚାରୀ ରଘୁନାଥ ଆରୁଖ, ବାବୁ ସାମଲ, ବି ପ୍ରଦୀପ, ବାବଲୁ, ଟିକି, ସୁଦୟ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୁକ୍ତା ଯୋଜନା ମାଧ୍ୟମରେ ପରିଷଦ ଦ୍ୱାରା ବହୁ ଦିନର ଦାବୀ ପୂରଣ ହେବା ପରେ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣ ଧନ୍ୟବାଦ୍‌ ଦେବା ସହ ପ୍ରଶଂସା କରାଯାଉଛି ।

hiranchal ad1
Leave A Reply

Your email address will not be published.

one × four =