ପକନା ଗାଁରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

0 70

ଫୁଲବାଣୀ: ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ ଫୁଲବାଣୀଙ୍କ ଦ୍ୱାରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁ ପରିସରରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଦୌରା ଜଜ ସତ୍ୟ ପ୍ରିୟ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସତ୍ୟ ଯୁଗ, ତ୍ରେତେୟା,ଦ୍ୱାପର ଓ କଳିଯୁଗର ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିଲେ । ୧୯୯୫ ମସିହାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଆଇନ ପ୍ରଣୟନ କରାଯାଇଥିଲା । ପୁନଶ୍ଚ ୨୦୧୬ ମସିହାରେ ଭିନ୍ନକ୍ଷମ ମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାଧାରଣ ନାଗାରିକଙ୍କ ପରି ସମସ୍ତ ସୁଯୋଗ ଏବଂ ସୁବିଧା ପାଇ ପାରିବେ, ସେ ନେଇ ଆଇନକୁ ପରିବର୍ତ୍ତନ କରାଗଲା, । ଜଣେ ଭିନ୍ନକ୍ଷମ ମଣିଷକୁ ମଣିଷ ଭଳି ବ୍ୟବହାର କରିବା ଉଚିତ୍‌ ବୋଲି ମତବ୍ୟକ୍ତ ରଖିଥିଲେ । ସେହିପରି ଅତିରିକ୍ତ ଜିଲ୍ଲା ଓ ସେସନ୍‌ ଜଜ (କ୍ରାଇମ) ସମର ବିଳାସ ବେହେରା ନିଜ ବକ୍ତବ୍ୟରେ କହିଥିଲେ ଶାରୀରିକ ଓ ମାନସିକ ଭାବରେ ଅକ୍ଷମ ମାନଙ୍କୁ ଥଟ୍ଟା ପରିହାସ ନକରି ସେମାନଙ୍କୁ ସାହାଯ୍ୟ ସହଯୋଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଚିତ୍‌ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫୁଲବାଣୀ ଫେମିଲି କୋର୍ଟର ବିଚାର ପତି, ଦେବଦତ୍ତ ଦାସ ମହାପାତ୍ର ଗଳ୍ପ ମାଧ୍ୟମରେ ଭିନ୍ନକ୍ଷମ ମାନେ କିପରି ସକ୍ଷମ ତାହା ବୁଝାଇ ଥିଲେ । ଆଇନର ଧାରା ୩୯କୁ ସମ୍ମାନ ଜଣାଇ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ ଦେବା ଉଚିତ୍‌ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସେସନ୍‌ ଜଜ୍‌ ଫୁଲବାଣୀ ସୈକତ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟା ଶୁଭଦର୍ଶିନି, ରେଜିଷ୍ଟର ସିଭିଲ କୋର୍ଟ ନୀତିଶ ଚନ୍ଦ୍ର,ଏସ୍‌ଡିଜିଏମ୍‌ ଅରିଜିତ ଦାସ,ଡିଏସପି ସର୍ବେଶ୍ୱର ବେହେରା, ବିପିଏଚ୍‌ଓଗୁମାଗଡ ଶ୍ରୀମତୀ କଳ୍ପନା ଦଳାଇ , ବରିଷ୍ଠ ଆଇନଯିବି ବିଜୟ କୁମାର ମହାନ୍ତି ଏବଂ ଦଳ ଗୋବିନ୍ଦ ମହାରଣା ବନବାସୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟ କ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅନୁଶୀଳାରାୟ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ଟପୋ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୪୫୦ ଜଣ ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ପାରାଲିଗାଲ ସ୍ୱେଚ୍ଛାସେବୀ ଏବଂ ଆଇନସେବା ପ୍ରାଧିକରଣର ସମସ୍ତ ସଦସ୍ୟ ଯୋଗଦେଇ ଥିଲେ ।

hiranchal ad1
Leave A Reply

Your email address will not be published.

eight − 7 =