ବଡ଼ଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ

0 88

ପୁରୀ: ବଡ଼ଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ।ଏସି ଟନେଲ ଦେଇ ଜଗନ୍ନାଥ ଦର୍ଶନ ପାଇଁ ଯିବେ ଭକ୍ତ ।ମର୍ଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହେବ ନୋ ଭେଣ୍ଡିଂ ଯୋନ ।ତେବେ ଏହି ପ୍ରକଳ୍ପର ରୂପରେଖ ପାଇଁ ୩୫୦ ଦୋକାନୀ ଉଚ୍ଛେଦ କରିବାକୁ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା।ହେଲେ ଥଇଥାନ ପୂର୍ବରୁ ଉଛେଦକୁ ନାପସନ୍ଦ କରିଛନ୍ତି ବ୍ୟବସାୟୀ।
ବଡଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ।ଜଗନ୍ନାଥ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ଏସି ଟନେଲ। ଖରା ତାତି ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପଦକ୍ଷେପ ।ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଶୀତ ତାପ ନିୟନ୍ତ୍ରିତ ଟନେଲ ରେ ଯିବେ ଭକ୍ତ ।ଏନେଇ ବଡଦାଣ୍ଡ ପାର୍ଶ୍ଵରୁ ହଟିବେ ୩୫୦ ଉଠାଦୋକାନୀ ।ଆସନ୍ତା ୫ ତାରିଖ ସୁଦ୍ଧା ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ ପାଇଁ ସମୟ ଦିଆଯାଇଛି ।ଉଠାଦୋକାନୀ ମାନେ ଉଠିଵା ପରେ ମର୍ଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡ ଜାଗାକୁ ଉନ୍ନୟନ କାର୍ଯ୍ୟକୁ ଓବିସିସିକୁ ହସ୍ତାନ୍ତର କରାଯିବ।ତେବେ ଉଠାଦୋକାନୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଡ ବଜାର ବ୍ୟବସାୟୀ ସଂଘ ଏହି ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇନାହିଁ ।ଥଇଥାନ ପୂର୍ବରୁ ଉଛେଦକୁ ନାପସନ୍ଦ କରିଛନ୍ତି ବଡବଜାର ବ୍ୟବସାୟୀ ।ଗୋଟିଏ ପଟରେ ଭକ୍ତଙ୍କ ସୁବିଧା ପାଇଁ ଶୀତତାପ ନିୟନ୍ତ୍ରିତ ତଥା ଛାୟା ପ୍ରଦାନ କରି ଏହି ଟନେଲ କୁ ରୂପାନ୍ତରିତ କରିବାକୁ ଯୋଜନା କରାଯାଉଥିବା ବେଳେ ରୋଜଗାର ହରେଇବାକୁ ଥିବା ୩୫୦ ଉଠାଦୋକାନୀଙ୍କୁ ଥାଇଥାନ କରିବ ତ ପ୍ରଶାସନ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
-ସେପଟେ ମର୍ଚିକୋଟ ଠାରୁ ସିଂହଦ୍ୱାର ପର୍ଯ୍ୟଂୟ ପ୍ରାୟ ୮୪ମିଟର ଲମ୍ବ ଓ ୬ ମିଟର ଚୌଡାର ଏସି ଟନେଲ ଭକ୍ତଙ୍କ ଉଦ୍ଦେଶ୍ୟରେ ହେବ। ବଡଦାଣ୍ଡର ଗୋଟିଏ ପାର୍ଶ୍ଵରେ ଏହି ଟନେଲ ନିର୍ମିତ ହେବାକୁ ଥିବାବେଳେ ଭକ୍ତଙ୍କ ବିଶ୍ରାମ ପାଇଁ ମଝିରେ ମଝିରେ ବ୍ୟବସ୍ଥା ରହିବ ।୪୦ ମିଟର ପରେ ରହିବ ୧୪୦ ଫୁଟ ଏକ ଶୁ ଷ୍ଟାଣ୍ଡ।ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଶ୍ରୀକୃଷ୍ଣ ସିନେମା ଗଳି ଠାରୁ ଶନି ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ରହିବ ବ୍ୟବସ୍ଥା ।ସେଇ ଅଞ୍ଚଳ ମଧ୍ୟରେ ମଧ୍ୟ ହେବ ଶୌଚାଳୟ। ତେବେ ରଥଯାତ୍ରା ସମୟରେ ଏହି ଟନେଲ କୁ ଅନଇଂଷ୍ଟାଲ କରାଯିବା ସହ ରଥଯାତ୍ରା ପରେ ଏହାକୁ ଇଂଷ୍ଟାଲ କରାଯିବ।ତେବେ ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ଦୋକାନ ଉଚ୍ଛେଦ ହେବ।ଦୋକାନୀଙ୍କୁ ଥାଇଥାନ କରିବାକୁ ପ୍ରାୟ ଦୁଇମାସ ସମୟ ଲାଗିବ ।ଏହି ଦୁଇମାସରେ ପ୍ରତି ଦୋକାନିଙ୍କୁ ୧୫୦୦୦ ଲେଖାଏଁ କ୍ଷତିପୁରଣ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।ତେବେ ବ୍ୟବସାୟୀ ମାନଙ୍କ ଥଇଥାନ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯିବା ନେଇ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଛି ବୋଲି କହିଛନ୍ତି ଯୁବ ବିଜେଡି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ଅନେକ ବ୍ୟବସାୟୀ ଏବେ ବି ଥଇଥାନ ହୋଇନଥିବା ଅଭିଯୋଗ ହୋଇଥିବା ବେଳେ ଏସି ଟନେଲ ପାଇଁ ଉଚ୍ଛେଦ ହେବାକୁ ଥିବା ବ୍ୟବସାୟୀ ପାଇବେ ତ ନ୍ୟାୟ ତାହା ଉପରେ ନଜର ରହିଛି ସମସ୍ତଙ୍କର।

hiranchal ad1
Leave A Reply

Your email address will not be published.

fifteen + twenty =