ଦିଲ୍ଲା କ୍ୟାପିଟାଲ୍ସକୁ ଶନି ଦଶା ! ୬ ଖେଳାଳିଙ୍କ ୧୬ ବ୍ୟାଟ୍‌ ସହ ଖେଳ ଉପକରଣ ଚୋରି

0 73

ନୂଆଦିଲ୍ଲୀ : ଏବେ ଚାଲିଛି ଫଟାଫଟ କ୍ରିକେଟ ଆଇପିଏଲ-୨୦୨୩ । ସମସ୍ତ ଦଳ ନିଜ ନିଜର ୫ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଏଯାଏଁ ଖାତା ଖୋଲି ପାରିନଥିବା ବେଳେ ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚ୍‌ ଜିତି ୮ ପଏଣ୍ଟ ସହ ଶୀର୍ଷରେ ରହିଛି । ସିଜିନରେ ଖରାପ ସ୍ଥିତିରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟରଙ୍କ ବ୍ୟାଟ୍‌, ପେଡ, ଗ୍ଲୋବ୍ସ ଓ ଜୋତା ଚୋରି ହୋଇଯାଇଛି । ଏହି ମାମଲରେ ଅଭିଯୋଗ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ବିଦେଶୀ ଖେଳାଳିଙ୍କ ବ୍ୟାଟ ମଧ୍ୟ ଚୋରି ହୋଇଯାଇଛି । ସେମାନଙ୍କର ଗୋଟିଏ ଲେଖାଏଁ ବ୍ୟାଟର ମୂଲ୍ୟ ପାଖାପାଖି ଏକ ଲକ୍ଷ ଟଙ୍କା ହେବ । ଦିଲ୍ଲୀ କ୍ୟାପିଟାଲ୍ସର ୬ଜଣଙ୍କ ବ୍ୟାଟ୍ସମ୍ୟାନଙ୍କ ୧୬ଟି ବ୍ୟାଟ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଇଣ୍ଡିଆନ୍‌ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ବାଙ୍ଗାଲୋର ବିରୋଧରେ ମ୍ୟାଚ୍‌ ଖେଳିବାପରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଦିଲ୍ଲୀରେ ପହଞ୍ଚିଥିଲେ । ସେମାନଙ୍କ ପାଖରେ ତାଙ୍କ କିଟ୍‌ ବ୍ୟାଗ୍‌ ପହଞ୍ଚିବା ପରେ ସେମାନଙ୍କର ହୋସ୍‌ ଉଡିଯାଇଥିଲା । ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ୩ଟି ବ୍ୟାଟ୍‌, ମିଚେଲ ମାର୍ଶଙ୍କ ୨ଟି ବ୍ୟାଟ୍‌, ଫିଲ୍‌ ସାଲ୍ଟଙ୍କ ୩ ଓ ୟସ୍‌ ଧୁଲଙ୍କ ୫ଟି ବ୍ୟାଟ୍‌ ଚୋରି ହୋଇଥିବା ଜଣାପଡିଛି । ଏହା ବ୍ୟତୀତ କିଛି ଖେଳାଳିଙ୍କ ପେଡ, ଗ୍ଲୋବ୍ସ, ଜୋତା ଆଦି ଉପକରଣ ଦିଲ୍ଲୀରେ ପହଞ୍ଚି ପାରିନାହିଁ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଆସିବା ବାଟରେ କେଉଁଠି ନା କେଉଁଠି ଚୋରି ହୋଇଯାଇଛି ।ଏହି ମାମଲାରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅଭିଯୋଗ କରାଯାଇଛି ।
ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିମାନେ ମଙ୍ଗଳବାର ଦିନ କୌଣସି ପ୍ରକାରେ ଅଭ୍ୟାସ କରିଛନ୍ତି । ଏବେ ଏହି କ୍ରିକେଟରମାନେ ନିଜର କଂପାନୀମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଆଗାମୀ ମ୍ୟାଚ୍‌ ପୂର୍ବରୁ ତାଙ୍କୁ କିଛି ନୂଆ ବ୍ୟାଟ୍‌ ଦିଆଯାଉ । ସେହିପରି ବିଦେଶୀ ଖେଳାଳିମାନଙ୍କ ପକ୍ଷରେ ଏହା ଏତେଟା ସହଜ ନୁହେଁ କିନ୍ତୁ ବିଦେଶୀ ବ୍ୟାଟିଂ ମେକିଂ କଂପାନୀ ଭାରତରେ ମଧ୍ୟ ଅଛନ୍ତି । ତେଣୁ ତାଙ୍କଠାରୁ ଏହି ବିଦେଶୀ ଖେଳାଳିମାନେ ବ୍ୟାଟ ପାଇପାରନ୍ତି । ଏ ନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି ।

hiranchal ad1
Leave A Reply

Your email address will not be published.

3 − 1 =