ଭାରତ ରତ୍ନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ

0 69

ପୁରୀ : ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ବାଲୁକା କଳାରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୯୭୩ ମସିହା ଆଜିର ଦିନରେ ସଚିନ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୧୬ ବର୍ଷ ବୟସରୁ କ୍ରିକେଟ ଜୀବନ ଆରମ୍ଭ କରିଥିବା ସଚିନଙ୍କ ଆଜି ୫୦ତମ ଜନ୍ମଦିନ ହୋଇଥିବା ବେଳେ ଆଜି ତାଙ୍କୁ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । କ୍ରିକେଟର ଏହି ମହନାୟକଙ୍କ ଅବିକଳ ପ୍ରତିମୂର୍ତ୍ତି ସହ ଏକ ଲମ୍ବା କ୍ରିକେଟ ବ୍ୟାଟ ଇଂଷ୍ଟଲ କରି ହାପି ବାର୍ଥ ଡେ ସଚିନ ଜି ବୋଲି ସମ୍ବୋଧନ କରିଛନ୍ତି ସୁଦର୍ଶନ । ପ୍ରାୟ ୬ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାର ଲମ୍ବା ପ୍ରାୟ ୧୦ ଫୁଟ ହେବ । ଏଥିସହିତ ଏଥିରେ ପ୍ରାୟ ୧୦ ଟନ ବାଲୁକାର ବ୍ୟବହୃତ ହୋଇଥିବା ବେଳେ ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି ।ଏହି ଇଂଷ୍ଟାଲେସନ ଆର୍ଟଟିରେ ଅନେକ ବ୍ୟାଟକୁ ଇଂଷ୍ଟଲ କରାଯାଇଛି ।

hiranchal ad1
Leave A Reply

Your email address will not be published.

six + 19 =