ପୁରୀ : କାକଟପୁର ମା’ ମଙ୍ଗଳା ଝାମୁଯାତ୍ରା ଦେଖି ଫେରୁଥିବା ସମୟରେ ବାଇକ ଦୁଘଟଣା ହୋଇ ମଝି ରାସ୍ତାରେ ପ୍ରବଳ ଖରାରେ ପଡିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଚାରିଛକ ମେଡିକାଲ ଆଣି ଚର୍ଚ୍ଚାରେ ଗୋପ ଥାନା ଅଧିକାରୀ ସୁନିଲ୍ କୁମାର ପ୍ରଧାନ । ଯେଉଁଠି ହଜାର ହଜାର ବାଟୋଇ ଝାମୁଯାତ୍ରା ଦେଖି ଫେରୁଛନ୍ତି । ସମସ୍ତେ ଦେଖି ମୁହଁ ବୁଲାଇ ଯାଉଛନ୍ତି । ସେଠାରେ ଜଣେ ପୋଲିସ ଅଧିକାରୀ କାକଟପୁର ଝାମୁଯାତ୍ରାରୁ ସୁରକ୍ଷା ବ୍ୟବସ୍ଥା ଦେଖି ଫେରିବା ବାଟରେ ନିଜେ ନିଜଗାଡିରେ ଚିକିତ୍ସା ପାଇଁ ଚାରିଛକ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚା ସାଉଁଟିଛନ୍ତି । ସେଥିପାଇଁ ଚାରିଛକ, ଗୋପରେ ସାଧାରଣ ଲୋକଙ୍କ ମୁହଁରୁ ଧନ୍ୟବାଦ ସାଉଁଟି ଥିବା ଦେଖିବାକୁ ମିଳିଛି ।