ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

0 55

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ କିପର ଗ୍ୟାସ ବ୍ୟବହାର କରାଯିବ ସେନେଇ ଖଡ଼ିଆଳ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କରିଥିଲେ । ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ ବର୍ତ୍ତମାନ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ସରକାରଙ୍କ ପକ୍ଷରୁ ଗ୍ୟାସ ଚୁଲାରେ କେନ୍ଦ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛିା
କିପରି ଗ୍ୟାସ ଜଳାଇବା ଯଦି ଜଳୁଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗିଲା ତାକୁ କିପରି ଆୟତ କରିହେବ ସେନେଇ ଗୋଟି ଗୋଟି କରି ବୁଝାଇ ଥିଲେ । କାଠ ଚୁଲାରେ ରାନ୍ଧିବା ଦ୍ୱାରା ପରିବେଶ ଦୂଷିତ ହେବା ସହିତ ଜଙ୍ଗଲ ନଷ୍ଟ ହୋଇଥାଏ । ଏହି ମକ ଡ୍ରିଲରେ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଭାଗ ନେଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଓଆଇସି ଗୌତମ କିଷାନ, ଫେୟାରମ୍ୟାନ ସଞ୍ଜୀବ ମହାନ୍ତି, ଲକ୍ଷ୍ମୀକାନ୍ତ ବିଶ୍ୱାଳ, ହରିଅର ବରୀହା, ସୁରେନ୍ଦ୍ର ଭୋଇ, ରମେଶ ସେଠି ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 4 =